ଯୁକ୍ତ ଦୁଇ ଗଣିତରେ ଛଅ, ଵି.ଏସ.ଏମ.ରେ ଜଣେ ଏମ.ପି.
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ +୨ ବିଜ୍ଞାନ ଓ କଳା ସ୍ରୋତର ଗଣିତ, କଳା ସ୍ରୋତର ଗୃହବିଜ୍ଞାନ, ବାଣିଜ୍ୟ ସ୍ରୋତର ବିଜିନେସ ଷ୍ଟଡିଜ ଆଣ୍ଡ ମ୍ୟାନେଜମେଣ୍ଟ, ଧନ୍ଦାମୂଳକ ଶିକ୍ଷାର ଇତିହାସ, ପଦାର୍ଥ ବିଜ୍ଞାନ ଓ ଆକାଉଣ୍ଟାନ୍ସି ପରୀକ୍ଷା ଶନିବାର ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି । ଆଜି ଅନୁଷ୍ଠିତ ଉପଯୁକ୍ତ ଛଅଟି ବିଷୟ ପରୀକ୍ଷା ମଧ୍ୟରୁ ଗଣିତରେ ଛଅ ଜଣ ଓ ଵି.ଏସ.ଏମ.ରେ ଜଣେ ପରୀକ୍ଷାର୍ଥୀ ଅସାଧୁଉପାୟ ଅବଲମ୍ବନ ଅଭିଯୋଗରେ ମାଲ ପ୍ରାକ୍ଟିସରେ ବୁକ ହୋଇଥିବା ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ଗଣିତରେ କପି କରି ଇଂଟରନାଲ ସ୍କ୍ୱାଡ ଦ୍ୱାରା ଧରା ପଡ଼ିଥିବା ବେଳେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ବାଣିଜ୍ୟ ପରୀକ୍ଷାର୍ଥୀ ଵି.ଏସ.ଏମ.ରେ କପି କରି ଏମପି ହୋଇଥିବା ସୂଚନା ମିଳିଛି । କୋରାପୁଟ ଜିଲ୍ଲାର ସୁନାବେଡ଼ା ସ୍ଥିତ ଏରୋନେଟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ, ଜୟପୁର ବିକ୍ରମଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ କପି କରି ଧରା ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ବଳଦଗୁଡ଼ା ସ୍ଥିତ ସରକାରୀ ଏସ.ଏସ.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ, ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ, ରାୟଗଡ଼ା ଜିଲ୍ଲା ଶିରିପୁର ସ୍ଥିତ ସରକାରୀ ଏସ.ଏସ.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ସ୍କ୍ୱାଡ ହାତରେ ଧରା ହୋଇଥିବା ଡ. ଓଝା ପ୍ରକାଶ କରିଛନ୍ତି ।