ଯୁକ୍ତ ଦୁଇ ବିଜ୍ଞାନରେ ଗଞ୍ଜାମ ବ୍ଲକ ଟପ୍ପରର ହେଲେ ମୌସୁମୀ ପଣ୍ଡା

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ମୌସୁମୀ ପଣ୍ଡା ବ୍ଲକ ଟପ୍ପର ହୋଇ ମହାବିଦ୍ୟାଳୟ ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।ଗଞ୍ଜାମ ସହରର ଦୁର୍ଗାଦେବୀ ସାହି ବାସିନ୍ଦା ତଥା ସମାଜସେବୀ ମିନତୀ ମହାପାତ୍ର ଓ ଦାଶିରଥୀ ପଣ୍ଡାଙ୍କ ଝିଅ ମୌସୁମୀ ପିଲାବେକୁ ମେଧାବୀ ଛାତ୍ରୀ ଥିବା ବେଳେ ବିଭିନ୍ନ ବୃତ୍ତି ପରୀକ୍ଷା, ପଠାଣି ସାମନ୍ତ ପରୀକ୍ଷା ସଫଳତା ପାଇବା ସହ ମାଙ୍କ ସହ ମିଶି ସମାଜ ସେବା କ୍ଷେତ୍ରରେ ନିଜକୁ ସାମିଲ କରିଆସିଛନ୍ତି। ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞାନ ପରୀକ୍ଷା ରେ ୫୧୫ ମାର୍କ ରଖି ଗଞ୍ଜାମ ମହାବିଦ୍ୟାଳୟ ସହ ଗଞ୍ଜାମ ବ୍ଲକରେ ଟପ୍ପର ହୋଇଛନ୍ତି। ଭବିଷ୍ୟତରେ ପ୍ରଶାସନିକ ସେବା କ୍ଷେତ୍ରରେ ଯୋଗଦେବା ତାଙ୍କର ଲକ୍ଷ୍ୟ ଥିବା ମୌସୁମୀ କହିଛନ୍ତି।ଏହି ସଫଳତା ପାଇଁ ଗଞ୍ଜାମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରବୀଣ କୁମାର ନନ୍ଦଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ