କପି କରି ଧରା ପଡିଲେ ଯୁକ୍ତ ଦୁଇ ଭୂଗୋଳରେ ୩, ଧନ୍ଦାମୂଳକ ଶିକ୍ଷାରେ ୨

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ କଳା ସ୍ରୋତର ଭୂଗୋଳ, ଦର୍ଶନ ଓ ତର୍କଶାସ୍ତ୍ର ଏବଂ ଧନ୍ଦାମୂଳକ ଶିକ୍ଷାର ରାଜନୀତି ବିଜ୍ଞାନ, ରସାୟନ ବିଜ୍ଞାନ ଓ ଵି.ଏସ.ଏମ. ପରୀକ୍ଷା ସୋମବାର ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ସ୍ୱଚ୍ଛତାର ସହ ସମ୍ପନ୍ନ ହୋଇଯାଇଅଛି । ଆଜି ଅନୁଷ୍ଠିତ ଭୂଗୋଳ ପରୀକ୍ଷାରେ ଗଜପତି ଜିଲ୍ଲା ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩ ଜଣ ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ଥିବା ମଲ୍ଟିପୁଲ ଚଏସ ପ୍ରଶ୍ନଗୁଡ଼ିକରେ ଟିକ ଓ ଡଟ ଚିହ୍ନ ମାରି ଜୋନାଲ ସ୍କ୍ୱାଡ ଦ୍ୱାରା ମାଲ ପ୍ରାକ୍ଟିସରେ ବୁକ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଜଣ ଧନ୍ଦାମୂଳକ ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ ହୋଇଥିବା ଜଣାପଡ଼ିଛି । ଅନ୍ୟ ଛଅଟି ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରୁ ଅନିୟମିତତାର କୌଣସି ଖବର ମିଳି ନଥିବା ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ସୂଚନା ପ୍ରଦାନ ଜରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ