ଯୁକ୍ତ ୩ ପ୍ରଥମ ସେମିଷ୍ଟାର ପରୀକ୍ଷାରେ ମୂଲ୍ୟାୟନରେ ତୃଟି ହୋଇଥିବା ଅଭିଯୋଗ

ନାଉଗାଁ ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଯୁକ୍ତ ୩ ପ୍ରଥମ ସେମିଷ୍ଟାର ପରୀକ୍ଷା ମୂଲ୍ୟାୟନରେ ତୃଟି ହୋଇଥିବା ଅଭିଯୋଗ ହୋଇଛି । ଏସଂକ୍ରାନ୍ତରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଜରିଆରେ ପରୀକ୍ଷା ନିୟନ୍ତ୍ରକ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର ଭୂବନେଶ୍ୱରଙ୍କୁ ମଙ୍ଗଳବାର ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ମଧ୍ୟ ଅନୁପସ୍ଥିତ ଦର୍ଶାଯାଇଛି । ସେହିପରି ପରୀକ୍ଷାର ମୂଲ୍ୟାୟନ ଆଶାତୀତ ଭାବେ ହୋଇନାହିଁ । ପରିକ୍ଷା ଢାଂଚାକୁ ବଦଳାଇବା ସହ ସଠିକ ପୁନଃ ମୂଲ୍ୟାୟନ ପାଇଁ ଅଭିଯୋଗରେ ଦର୍ଶାଯାଇଛି । ଯଦି ଏହାର କୌଣସି ବିଚ୍ୟୁତ କରାଯାଏ ତେବେ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦିଆଯାଇଛି । ଏହି ଅଭିଯୋଗପତ୍ରକୁ ମହାବିଦ୍ୟାଳୟର ପଙ୍କଜ ବେହୁରା, ସତ୍ୟଜିତ ସ୍ୱାଇଁ, ସୁଶଲ ମହାରଣା, ଚନ୍ଦନ ସେଠୀ ଆଦି ପ୍ରଦାନ କରିଛନ୍ତି । ଏବିଷୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଚାଇନା ପ୍ରଧାନଙ୍କୁ ପଚାରିବାରୁ ଅଭିଯୋଗକୁ ଗ୍ରହଣ କରିବା ସହ ଉଚ୍ଚ କତୃପକ୍ଷଙ୍କ ନିକଟକୁ ପଠାଯିବ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ