‘ଯୁଗଶ୍ରୀ ଯୁଗନାରୀ’ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) : ମାସିକ ମହିଳାଧର୍ମୀ ଓଡ଼ିଆ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ ପରିବାର ପକ୍ଷରୁ ନାରୀ ସ୍ୱାସ୍ଥ୍ୟ ସଚେତନତା ଶିବିର ସହରର ଶୋଭାରାମପୁର ଅନ୍ଧାରୀ ମଙ୍ଗଳା ମନ୍ଦିର ନିକଟ ଟାଇଲିବସା ବସ୍ତିରେ ଅନୁଷ୍ଠିତ ହୋଇଯାଇଛି । ପତ୍ରିକାର ସମ୍ପାଦିକା ସମାଜସେବୀ ମମତା ମହାପାତ୍ର ଏଥିରେ ସଭାପତିତ୍ୱ କରିବା ସହିତ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଡାକ୍ତର ମନୋରମା ଦାସ ଏହି ଶିବିରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବତନ କାଉନସିଲର ସମାଜସେବୀ ଚିତ୍ତରଞ୍ଜନ ପଣ୍ଡା ଏଥିରେ ଯୋଗଦେଇ ଅନୁଷ୍ଠାନର ସମାଜ କଲ୍ୟାଣ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ଏହି ସଚେତନତା ଶିବିରରେ ଶତାଧିକ ମହିଳା ଯୋଗ ଦେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସମାଜସେବୀ ମମତା ଜେନା, ହୃଷିକେଶ ପାତ୍ର, ଲିପୁ ବାବୁ ଓ ବସନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗୀତାଞ୍ଜଳି ସିଂହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ