ଯୁଡାଇସ କୋଡ ଖୋଲିବା ପାଇଁ ଦାବି, ଇଚ୍ଚୁକତା ନାହିଂ କି ଅନୁମତି ନାହିଂ ତଥାପି ମିଶ୍ରଣ ?

ସୋରଡା,(ରଜନୀ ମହାପାତ୍ର):ସୋରଡା ସରକାରୀ ବାଳିକା ଉଚ ବିଦ୍ୟାଳୟ ରେ ଦିନ କୁ ଦିନ ଅବ୍ୟବସ୍ଥା ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋରଡା ରେ ବାଳିକା ମାନଙ୍କ ଶିକ୍ଷା ପାଇଁ ଏକ ସ୍ଵତନ୍ତ୍ର ବିଦ୍ୟାଳୟ ୧୯୬୪ ମସିହା ରେ ଆରମ୍ଭ ହେଲା। ଆଜକୁ ୬୦ ବର୍ଷ ଧରି ଏହି ବିଦ୍ୟାଳୟ ଶିକ୍ଷାଦାନ କରି ଆସୁଅଛି। ସୋରଡା ଶିକ୍ଷା ବ୍ୟବସ୍ଥା ରେ ଏହି ବିଦ୍ୟାଳୟ ର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି। ବର୍ତମାନ କିଛି ପ୍ରଶାସନିକ ଅଧିକାରୀ ଙ୍କ ଅବହେଳା ଯୋଗୁଁ ଏହି ବିଦ୍ୟାଳୟ ର ଉନ୍ନତି ହୋଇ ପାରୁ ନାହିଂ। ଯାହା ଫଳରେ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମସ୍ୟା ହେଲା ଏହି ବିଦ୍ୟାଳୟ ଏକ ସ୍ଵତନ୍ତ୍ର ବିଦ୍ୟାଳୟ ହୋଇ ରହିଥିବା ବେଳେ ବର୍ତମାନ ଏହା ଶଶୀ ଭୂଷଣ ଉଚ ବିଦ୍ୟାଳୟ ର ସମିଶ୍ରଣ ବିଦ୍ୟାଳୟ ହୋଇ ରହିଛି ଫଳରେ ଏହି ବାଳିକା ଉଚ ବିଦ୍ୟାଳୟ କୁ ଆଉ ଆର୍ଥିକ ଅନୁଦାନ ମିଳୁନି। ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ର ପତ୍ର ସଂଖ୍ୟା ୩୬୮୧୪ ତା ୨୮/୧୦/୨୦୧୭ ପ୍ରକାରେ ବିଦ୍ୟାଳୟ ମାନଙ୍କ ମିଶ୍ରଣ ପାଇଁ ଏକ ନିର୍ଦେଶନାମା ସରକାରଙ୍କ ରହିଥିଲା ଯାହା ୧୦/୧୧/୨୦୧୭ ସୁଧା ସମାପନ କରିବା ପାଇଁ ନିର୍ଦେଶ ଥିଲା। ପୁଣି ୩୦/୦୮/୨୦୧୭ ପତ୍ର ସଂଖ୍ୟା ୧୬୧୬୭ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟ ଗୁଡିକ ୧୦୦ ମିଟର ମଧ୍ୟ ରେ ଥିବା ଉଚ ବିଦ୍ୟାଳୟ ମାନକ ସହ ମିଶିବା ପାଇଁ ନିର୍ଦେଶ ଆସିଲା। ଏହି ମିଶ୍ରଣ ପରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରାଥମିକ ଶିକ୍ଷା ତଥା ଏଲିମେଣ୍ଟାରୀ ୟୁନିଟ ଓ ୯ମ ,୧୦ ମ ଶ୍ରେଣୀ କୁ ସେକୋଣ୍ଡାରୀ ୟୁନିଟ ଭାବେ ବିବେଚନା କରିଦିଆଗଲା। ଏହାପଛରେ ଲକ୍ଷ ଥିଲା ଯେ ୧୦୦ ମିଟର ଭିତରେ ବିଭିନ୍ନ ସରକାରୀ ବିଦ୍ୟାଳୟ ନିଜ ନିଜ ସ୍ଵତନ୍ତ୍ର ନାମ ରେ ସ୍ଵାଧୀନ ଭାବେ ଚାଲୁଥିଲେ ଏମାନଙ୍କ ମଧ୍ୟ ରେ ପ୍ରାର୍ଥନା ସଭା, କ୍ରିଡା, ଶିକ୍ଷା, ସମୟ,ଛୁଟି ସବୁ କୁ ସମାନ କରିବା ପାଇଁ ଏହା ଏକ ପ୍ରକ୍ରିୟା ଥିଲା। ଏପରି ସ୍ଥିତି ରେ ସମସ୍ତ ବିଦ୍ୟାଳୟ ର ନାମ କରଣ ସମସ୍ୟା କୁ ସମାଧାନ କରି ଏକ ନୋଡାଲ ଉଚ ବିଦ୍ୟାଳୟ ବୋଲି ରଖିଦିଆଗଲା। କିନ୍ତୁ ଏଥିରେ ଏକ ପଏଣ୍ଟ ମଧ୍ୟ ଥିଲା ଯେଉଁଥିରେ ସମିଶ୍ରଣ ହେବାକୁ ଥିବା ବିଦ୍ୟାଳୟ ର ଇଚ୍ଚୁକତା ଆବଶ୍ୟକ ଥିଲା। ସୋରଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଏହି ଇଚ୍ଚୁକତା ପତ୍ର ଦିଆଯାଇନଥିବା ଜଣାପଡିଛି ଏପରିକି ସେହି ସମୟ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧ୍ୟ ଏ ସମ୍ପର୍କରେ କୌଣସି ଲିଖିତ ସମିଶ୍ରଣ ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦେଇ ନାହାନ୍ତି। କୌଣସି ଅନୁମତି ଓ ଉଛୁକତା ପତ୍ର ନଥାଇ ଏହି ଉଚ୍ଚ ବିଦ୍ୟାଳୟ କୁ ଶଶୀ ଭୂଷଣ ଉଚ୍ଚ ବିଦ୍ୟାଳୟ ରେ ସମିଶ୍ରଣ କରି ଦିଆଗଲା। ୩୦/୦୮/୨୦୧୭ ପତ୍ର ସଂଖ୍ୟା ୧୬୧୬୭ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକ ର ସମିଶ୍ରଣ ତାଲିକା ପ୍ରକାଶ କରିଲେ ଯେଉଁଥିରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ସମିଶ୍ରଣ ହୋଇଥିବା କୌଣସି ସୂଚନା ନାହିଂ। ଗଞ୍ଜାମ ଜିଲ୍ଲା ରେ ୯୮ ଟି ବିଦ୍ୟାଳୟ ର ସମିଶ୍ରଣ ହୋଇଥିବା ତାଲିକା ରେ ପ୍ରକାଶ ପାଇଛି ଯେଉଁଥିରେ କେବଳ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହିଁ ରହିଛି। । ଏଥିରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ସମିଶ୍ରଣ ର କୌଣସି ସୂଚନା ନହିଁ। ଏହା ୧୩/୦୩/୨୦୧୮ ରେ ପତ୍ର ସଂଖ୍ୟା ୫୧୧୩ ପ୍ରକାରେ ବିଦ୍ୟାଳୟ ସମିଶ୍ରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଜିଲ୍ଲା ପଦାଧିକାରୀ ମାନଙ୍କୁ ଯାଞ୍ଚ କରି ନିର୍ଦେଶ ନାମା ପ୍ରକାଶ କରିବା ପାଇଁ ନିର୍ଦେଶ ଆସିଲା ପରେ, ବର୍ତମାନ ଏଠି ପ୍ରଶ୍ନ ସରକାରୀ ନିର୍ଦେଶନାମା ଅନୁସାରେ ଯଦି ଇଚ୍ଛୁକତା ପତ୍ର ନାହିଂ କିମ୍ବା ଶିକ୍ଷା ଅଧିକାରୀ ନ ଅନୁମତି ପତ୍ର ନଥାଇ କିପରି ଏହା ସମିଶ୍ରଣ କରାଗଲା ଏବଂ କିଏ ସରକାରୀ ନିର୍ଦେଶନାମା କୁ ଉଲଂଘନ କରିଲା? ସୋରଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମିଶ୍ରଣ ହେଲା ପରେ ମଧ୍ୟ ଏହି ବିଦ୍ୟାଳୟ ର ଉଡାଇସ(ୟୁନିଫାଇଡ ଡିଷ୍ଟ୍ରିକ୍ଟ ଇନଫରମେଟିଭ ସିଷ୍ଟମ ଅଫ ଏଡୁକେସନ) କୋଡେ ୨୦୨୨ ମସିହା ପର୍ଯ୍ୟନ୍ତ ଚାଲୁଥିଲା କିନ୍ତୁ ପରେ ବନ୍ଦ କରିଦିଆଗଲା। ବର୍ତମାନ ସମସ୍ୟା ହେଲା ସୋରଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ସରକାରଙ୍କ ତରଫରୁ ଆଉ ଅନୁଦାନ ଆସୁ ନାହିଂ। ଯାହା ଅନୁଦାନ ଆସୁଛି ଶଶୀ ଭୂଷଣ ଉଚ ବିଦ୍ୟାଳୟ କୁ ଆସୁଛି ଏବଂ ଏହା ଏକ ସମିଶ୍ରଣ ବିଦ୍ୟାଳୟ ହୋଇଯିବା ଯୋଗୁଁ ଆର୍ଥିକ ଅନୁଦାନ ରୁ ବଞ୍ଚିତ ରହୁଛି। ଯାହା ଅନୁଦାନ ଆସୁଛି ଶଶୀ ଭୂଷଣ ଉଚ ବିଦ୍ୟାଳୟ ଡାଇସ କୋଡ ରେ ଆସୁଛି ଯାହା ଗୋଟିଏ ବିଦ୍ୟାଳୟ ପାଇଁ ହିଁ ଖର୍ଚ ହେଉଛି। ଗତ ଅଭିଭାକ ବୈଠକ ରେ ସୋରଡା ର ଏହି ଏକ ମାତ୍ର ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅବ୍ୟବସ୍ଥା ଦେଖି ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ କିନ୍ତୁ ନିଜକୁ ନିସହାୟ ମନେ କରିଥିଲେ ପ୍ରଧାନ ଶିକ୍ଷକ । ଏହି ବାଳିକା ଉଚ୍ଚ ବିଦ୍ୟାଳୟ ରେ ବର୍ତମାନ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରୁ ନାହିଂ। ଏଅପରିକି ଝିଅ ଙ୍କ ପାଇଁ ପରିସ୍ରାଗାର ଓ ପାଇଖାନା ଟିଏ ନାହିଂ, ବିଦ୍ୟାଳୟ ପରିବେଶ ଜଙ୍ଗଲ ପରିବେଶ ରେ ପରିଣତ ହେଲାଣି, ବିଦ୍ୟାଳୟ ରେ ଥିବା ନାଳ ରେ ଉପରସ୍ଥ ବାସିନ୍ଦା ମାନେ ନିଜ ର ପାଇଖାନା ପାଇପ ରଖିଥିବା ଯୋଗୁଁ ପ୍ରତିଦିନ ଦୁର୍ଗନ୍ଧ ରେ ଫାଟୁଛି ବିଦ୍ୟାଳୟ, ଖେଳିବା ପାଇଁ ଜାଗା ଖଣ୍ଡେ ନାହିଂ ଏପରି ଦଯନୀୟ ପରିବେଶ ରେ ସହ ସହ ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଓ ଭବିଷ୍ୟତ ବନ୍ଧା ପଡିଛି। ଶଶୀ ଭୂଷଣ ଉଚ ବିଦ୍ୟାଳୟ ଟଙ୍କା ଦେଲେ ଏଠାରେ ଖର୍ଚ ହେବା ର ପ୍ରବଧାନ ଥିବା ଯୋଗୁଁ ଏକ ଶୈକ୍ଷିକ ବାତାବରଣ ପିଲା ମାନଙ୍କୁ ମିଳୁପାରୁ ନାହିଂ। ଏ ସମ୍ପର୍କରେ ସୋରଡା ବିଧାୟକ ଙ୍କୁ ମଧ୍ୟ ଅବଗତ କରାଯାଇଅଛି ସୋରଡା ବି ଇ ଓ ଙ୍କୁ ଏ ସମ୍ପର୍କରେ ଆଲୋଚନା କଲାବେଳେ ଏହା ଜିଲ୍ଲାଶିକ୍ଷା ଅଧିକାରୀ ଙ୍କ କ୍ଷମତାଧୀନ ଅଟେ ଏବଂ ଏ ନେଇ ଅବଗତ କରିବୁ ବୋଲି କହିଛନ୍ତି କିନ୍ତୁ ବର୍ତମାନ ଏହି ସ୍କୁଲ ର ଯୁଡାଇସ କୋଡ ଖୋଲିବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି। ଏହି କୋଡ ନ ଖୋଲିବା ଯାଏଁ ଏବଂ ଏହି ବାଳିକା ଉଚ୍ଚ ବିଦ୍ୟାଳୟ କୁ ସ୍ଵତନ୍ତ୍ର କରା ନଗଲେ ଏହି ବିଦ୍ୟାଳୟ ର ଉନ୍ନତି ଅସମ୍ଭବ ଅଟେ ଏବଂ ସବୁବେଳେ ଅଭିଭାବକ ଅସନ୍ତୋଷ ଲାଗି ରହିବ, ପିଲାମାନେ ଶୈକ୍ଷିକ ବାତାବରଣ ରୁ ବଞ୍ଚିତ ହେବେ। ଜିଲ୍ଲା ଶିକ୍ଷା ଅଧିକାରୀ ଏଥିପ୍ରତି ଦ୍ରୁଷ୍ଟି ଦେଲେ ସୋରଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଉନ୍ନତି ହୋଇପାରନ୍ତା ବୋଲି ଏଠାକାରା ଅଭିଭାବକ ଓ ଶିକ୍ଷାବିତ ମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ