ଯୁଦ୍ଧରେ ଚୀନକୁ ହରାଇ ପାରିବ ଭାରତ

ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖାର ଗଲୱାନ ଉପତ୍ୟକାରେ ଲାଗି ରହିଥିବା ଉତ୍ତେଜନା ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି । ଦୁଇ ଦେଶ ମଧ୍ୟରେ ଯଦି ଯୁଦ୍ଧ ହୁଏ ତେବେ ଚୀନକୁ କଡ଼ା ଜବାବ ଦେବାରେ ଭାରତ ବେଶ ସଫଳ ହେବ ବୋଲି ସାମରିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ହାୱାର୍ଡ କେନେଡି ସ୍କୁଲର ସେଣ୍ଟର ଫର ସାଇନ୍ସ ଆଣ୍ଡ ଇଣ୍ଟରନ୍ୟାସନାଲ ଆଫାୟାର୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ପାର୍ବତ୍ୟ ଯୁଦ୍ଧରେ ଭାରତ ସେନା ଚୀନକୁ ପରାସ୍ତ କରିବାରେ ସଫଳ ହେବେ । ହିମାଳୟ ପାର୍ବତ୍ୟାଞ୍ଚଳରେ ମୁତୟନ ଭାରତୀୟ ସେନା ଚୀନଠାରୁ ବେଶ ଶକ୍ତିଶାଳୀ । ବିଶେଷଜ୍ଞମାନେ କହୁଛନ୍ତି ଯେ ଚୀନର ସାମରିକ ଶକ୍ତି ତୁଳନାରେ ଭାରତ ବହୁତ ପଛରେ ଅଛି । ତେବେ ବିଶେଷଜ୍ଞମାନଙ୍କର ଏପରି ଆକଳନକୁ ଭାରତ ଭୁଲ ପ୍ରମାଣିତ କରିବ ବୋଲି ହାୱର୍ଡ କେନେଡି ସ୍କୁଲ ଏହାର ରିପୋର୍ଟରେ କହିଛି । ଚୀନ ଦାବି କରୁଛି ଯେ ଭାରତ ସଂଲଗ୍ନ ସୀମାରେ ଏହାର ୨ ଲକ୍ଷ ୩୦ ହଜାର ସୈନିକ ମୁତୟନ କରିଛି । ତେବେ ଏହି ସଂଖ୍ୟା କେବଳ ଏକ ସଂଖ୍ୟା । ଭାରତକୁ ଚକିତ କରିବା ଲାଗି ଚୀନ ଏପରି ସଂଖ୍ୟା ଦେଖାଉଛି ବୋଲି ହାୱାର୍ଡ କେନେଡି ସ୍କୁଲ ଏହାର ରିପୋର୍ଟ ଉଲ୍ଲେଖ କରିଛି । ଭାରତ ଏହାର ଚୀନ ସୀମାରେ ପ୍ରାୟ ୨ ଲକ୍ଷ ୨୫ ହଜାର ସୈନ୍ୟ ମୁତୟନ କରିଛି । ଏଥିରୁ ନଦର୍ଣ୍ଣ କମାଣ୍ଡର ୩୪ ହଜାର ସୈନ୍ୟ, ସେଣ୍ଟ୍ରାଲ କମାଣ୍ଡର ୧୫,୫୦୦ ସୈନ୍ୟ ଓ ଇଷ୍ଟର୍ଣ୍ଣ କମାଣ୍ଡର ୧,୭୫,୫୦୦ ସୈନ୍ୟ ଅନ୍ତର୍ଭୁକ୍ତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ