ଯୁବକଙ୍କୁ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ
ଯୋଡ଼ା,(ଯୁଗାବ୍ଦ ନୁୁ୍ୟଜ୍): କେନ୍ଦୁଝର ଜିଲା ଯୋଡା ସହରର ଫେରୋ ପ୍ଲାନ୍ଟ ନିକଟରେ ବିଜୟ ମହାକୁଡ ନାମକ ଜୈନେକ ଯୁବକଙ୍କୁ ଆକ୍ରମଣ କରି ତାଙ୍କଠାରୁ ଲୁଟ କରିଥିବା ଅଭିଯୋଗରେ ଯୋଡା ଥାନା ପୋଲିସ ବୁଧବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବୁଧବାର ସନ୍ଧ୍ୟା ୬ ଟା ବେଳେ ଯୋଡା ପୋଲିସ ସବଇନ୍ସପେକ୍ଟର ବିଶ୍ୱଜିତ ବେହେରା ସୂଚନା ଦେଇ କହିଛନ୍ତି ଯେ, ୩୦/୦୮/୨୦୧୯ ତାରିଖରେ ବିଜୟ ମହାକୁଡଙ୍କୁ ସାଗର ରାଜ୍ , ମୁନା ଓରାମ୍, ଶଙ୍କର ସନକାର୍ ଆକ୍ରମଣ କରିଥିଲେ । ଏନେଇ ଅଭିଯୋଗ ହୋଇଥିଲା । ଅଭିଯୁକ୍ତମାନଙ୍କୁ ବୁଧବାର ଗିରଫ କରାଯାଇ କେଶ ନଂ ୧୩୪/୨୦୧୯ ଦଫା ୩୪୧,୨୯୪,୩୨୪, ୩୦୭, ୫୦୬ ଆଇପିସି ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି ।