ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦାଫାଶ, ୫ ସମ୍ପୃକ୍ତ, ୨ ଜଣ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଶରଧାପୁର ପ୍ରଶାନଘାଟ ନିକଟରେ ଘଟିଥ‌ିବା ହତ୍ୟାର ପାଞ୍ଚ ଦିନ ମଧ୍ୟରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ୫ ହତ୍ୟାକାରୀ ତଥା ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଛି ଓ ଘଟଣାରେ ସମ୍ପୃକ୍ତ ଅନ୍ୟ ୩ ଜଣଙ୍କୁ ଅତି ଶୀଘ୍ର ଗିରଫ କରାଯିବା ପାଇଁ ଉଦ୍ୟମ ଜାରି ରହିଥ‌ିବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାସ କରି ପାରଳାଖେମୁଣ୍ଡି ଏସଡିପିଓ କାର‌୍ୟ୍ୟାଳୟରେ ଏସଡିପିଓ ମାଧବାନନ୍ଦ ନାୟକ ସାମ୍ବାଦିକ ସମ୍ମିଳନୀରେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରିଛନ୍ତି, ଗତ ୧୮ ତାରିଖରେ ରାତି ସାଢ଼େ ୮ଟା ବେଳେ ୫ ଅଭିଯୁକ୍ତ ଶରଧାପୁର ପ୍ରଶାନଘାଟ ନିକଟରେ ଭିନ୍ନଳା ଗ୍ରାମର ପ୍ରଶାନ୍ତ ଜେନା (୨୪) ଙ୍କୁ ଲୁହାଛଡ ଏବଂ ଶକ୍ତ କାଠ ବାଡିରେ ବାରମ୍ବାର ଆଘାତ କରିଥିଲେ। ଏନେଇ ଘଟଣାସ୍ଥଳରେ ଉପସ୍ଥିତ ଥିବା ମୃତ ପ୍ରଶାନ୍ତଙ୍କ ଅନ୍ୟ ଦୁଇ ଜଣ ସାଙ୍ଗ କାଳିଆ ଓରଫ ଲବ ଜେନା ଏବଂ ସୁରେଶ ବାରିକଙ୍କୁ ମଧ୍ୟ ଅଭିଯୁକ୍ତ ମାରିବା ପାଇଁ ଉଦ୍ୟମ କରିଥିଲେ ସେମାନେ ପ୍ରାଣବିକଳରେ ଘଟଣାସ୍ଥଳରୁ ଚାଲିଯାଇ ମୃତ ପ୍ରଶାନ୍ତଙ୍କ ପରିବାର ଏବଂ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ଓ ପରିବାର ଲୋକେ ଓ ଗ୍ରାମବାସୀ ପହଞ୍ଚି ଗୁରୁତର ପ୍ରଶାନ୍ତଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ ମଧ୍ୟ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଥିବା ଘରୋଇ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେବା ବେଳେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପ୍ରଶାନ୍ତଙ୍କ ପରିବାର ପକ୍ଷରୁ ଗୁରାଣ୍ଡି ଥାନାରେ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପୁଲିସ ତନାଘନା ଆରମ୍ଭ କରି ଘଟଣାସ୍ଥଳରୁ ୩ ବାଇକ, ଗୋଟିଏ ରକ୍ତ ଛିଟା ଲାଗିଥିବା ବାଡି, ଗୋଟିଏ ଲୁହାପାଇପକୁ ଜବତ କରିବା ସହ ଚମ୍ପଟମାରିଥିବା ସମସ୍ତ ଅଭିଯୁକ୍ତଙ୍କୁ ଖୋଜୁଥିଲା। ପାଞ୍ଚ ଅଭଯୁକ୍ତଙ୍କ ମଧ୍ୟରୁ ୨ ଜଣ ଅଭିଯୁକ୍ତ ସୀମାଞ୍ଚଳ ପ୍ରଧାନ (୪୦) ଏବଂ ସନ୍ତୋଷ ସ୍ବାଇଁ (୩୨) ଧରାପଡ଼ିଥିବା ବେଳେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ତିନି ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି କୁହାଯାଇଛି। ଅପରପକ୍ଷରେ ସମସ୍ତ ଅଭିଯୁକ୍ତ ଏବଂ ମୃତ ଯୁବକଙ୍କ ମଧ୍ୟରେ ଖୁବ୍ ଭଲ ସମ୍ପର୍କ ରହିଥିଲା। ତେବେ ସୀମାଞ୍ଚଳ ପ୍ରଧାନଙ୍କ ପତ୍ନୀ ପାର୍ବତୀ ପ୍ରଧାନଙ୍କ ସହ ମୃତ ପ୍ରଶାନ୍ତଙ୍କ ଅବୈଧ ସମ୍ପର୍କ ଥିବା ଗୁଜବକୁ ନେଇ ସେମାନଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଇତି ମଧ୍ୟରେ ଗତ ଫେବୃଆରୀ ୨୭ ତାରିଖରେ ପାର୍ବତୀ ପ୍ରଧାନ ବିଷ ପାନ କରି ଆତ୍ମହତ୍ୟା କରିଥିଲେ ଓ ଅଭିଯୁକ୍ତ ପ୍ରଶାନ୍ତ ହିଁ ପାର୍ବତୀଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ଧରିନେଇଥିଲେ। ସେବେ ଠାରୁ ପ୍ରଶାନ୍ତ ନିଜ ଗ୍ରାମ ଭିନ୍ନଳା ଛାଡିଦେଇଥିଲେ ଜ୍ଝ ଅନ୍ୟତ୍ର ରହି ଆସୁଥିଲେ। ହେଲେ ଚଳିତ ମାସ ୧୮ ତାରିଖରେ ନିଜ ଗ୍ରାମକୁ ଆସିଥିଲେ। ସନ୍ଧ୍ୟା ସମୟରେ ପ୍ରଶାନ୍ତ ଶରଧାପୁର ଗ୍ରାମ ନିକଟସ୍ଥ ମହେନ୍ଦ୍ରତନୟା ବ୍ରିଜ୍ ନିକଟକୁ କାଳିଆ ଏବଂ ସୁରେଶଙ୍କୁ କୌଣସି କାମରେ ଡକାଇ ସେଠାରେ ରହିଥିଲେ ଓ ସେମାନଙ୍କୁ ଅଭିଯୁକ୍ତ ସୀମାଞ୍ଚଳ ଦେଖ୍ ଦେଇଥିବା ବେଳେ ନିଶ୍ଚିତ ପ୍ରଶାନ୍ତ ଏହି ଅଞ୍ଚଳରେ ରହିଛି ବୋଲି ଅନୁମାନ କରିଥିଲେ ଓ ପରେ ଅନ୍ୟ ଅଭିଯୁକ୍ତଙ୍କୁ ସଂଘବଦ୍ଧ ଆକ୍ରମଣ ପାଇଁ ଡକାଇଥିଲେ। ମୃତ ପ୍ରଶାନ୍ତ, କାଳିଆ ଏବଂ ସୁରେଶ ଶରଧାପୁର ଶ୍ମଶାନଘାଟ ନିକଟରେ କଥା ହେଉଥିବା ଦେଖ୍ ପ୍ରସ୍ତୁତ ହୋଇ ଆସିଥିବା ଅଭିଯୁକ୍ତ ଅତର୍କିତ ଆକ୍ରମଣ କରି ଦେଇଥିଲେ। ଦୁଇ ଜଣ ସାଙ୍ଗ ପ୍ରାଣବିକଳରେ ଦୌଡି ପଳାଇବାକୁ ସକ୍ଷମ ହୋଇଥିଲେ ହେଁ ପ୍ରଶାନ୍ତ ବର୍ଲିପାରି ନ ଥିଲେ ବୋଲି କୁହାଯାଇଛି। ତେବେ ଅନ୍ୟ ତିନି ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ଏବଂ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ