ଯୁବକଙ୍କୁ ପଥର ଛେଚି ହତ୍ୟା

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣାବ୍ରହ୍ମପୁର ରାଧାକାନ୍ତ ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଥିବା ରୋଷେଇଘର ବାରଣ୍ଡାରେ ଜଣେ ବ୍ୟକ୍ତିକୁ ପଥର ଛେଚି ହତ୍ୟା କରାଯାଇଛି l ବୁଧବାର ମଧ୍ୟରାତ୍ର କାଳିଆ ସାହୁ ମନ୍ଦିର କାନ୍ଥ ଡେଇଁ ଗଞ୍ଜେଇ ଖାଇବାକୁ ଭିତରକୁ ଆସିଥିଲେ l ମନ୍ଦିର ଭିତରେ ଜଗୁଥିବା ନାରାୟଣ ସାହୁ ଏହି ଘଟଣା ଜାଣିପାରି ବୁଧବାର ରାତ୍ର ପ୍ରାୟ ୨ଟା ସମୟରେ ରାଧାକୃଷ୍ଣ ମନ୍ଦିରର ଟ୍ରଷ୍ଟି ଓ ପୂଜକ ରାମ ଚନ୍ଦ୍ର ପ୍ରଧାନଙ୍କୁ ଜଣାଇଥିଲେ l ଟ୍ରଷ୍ଟି ଏହା ଜାଣିପାରି ବଡ଼ବଜ଼ାର ଥାନାରେ ଏତଲା ଦେଇଥିଲେ l ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପଚାର ଉଚରା ଜାରି ରଖିଛନ୍ତି l ପ୍ରକାଶ ଥାଉକି ବୁଧବାର ରାତ୍ର ପ୍ରାୟ ୧୨ଟା ସମୟରେ ଗଞ୍ଜେଇ ଖାଇବା ସମୟରେ କିଛି ଦୃବୁର୍ତ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାଳିଆ ସାହୁ ନାମକ ବ୍ୟକ୍ତିର ମୁଣ୍ଡରେ ପଥର ଛେଚି ହତ୍ୟା କରାଯାଇଛି l ଏହି ରାଧାକୃଷ୍ଣ ମନ୍ଦିରଟି ଅସାମାଜିକ ଲୋକମାନଙ୍କର ପେଣ୍ଠ ସ୍ଥଳି ପାଲଟିଛି l ପୂଜକ ମନ୍ଦିର ଫାଟକରେ ତାଲା ପକେଇଲେ ସୁଦ୍ଧା ଏହି ଅସାମାଜିକ ଲୋକମାନେ ମନ୍ଦିର କାନ୍ଥ ଡେଇଁ ମନ୍ଦିର ଭିତରେ ଗଞ୍ଜେଇ ଓ ମଦ୍ୟପାନ କରୁଛନ୍ତି l ପୂଜକ ଏହାକୁ ବାରଣ କରିଲେ ସୁଦ୍ଧା ତାଙ୍କୁ ଧମକ ଚମକ ଦେଉଛନ୍ତି l ଏନେଇ ପୂଜକ ବଡ଼ବଜାର ଥାନାରେ ବହୁଦିନ ପୂର୍ବେ ଏତଲା ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ