ଯୁବକଙ୍କୁ ପିଟିପିଟି ହତ୍ୟା
ଭଂଜନଗର ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲା ସୋରଡା ଥାନା ଇଲାକା ନୁଆଗଡ ଗ୍ରାମ ଖଦାଳ ସାହିରେ ଦୁଇ ପଡୋଶୀ ମଧ୍ୟରେ ଗୋଷ୍ଠି ସଂଘର୍ଷ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରର ୩ ଜଣ ସଦସ୍ୟ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ମିଳିଥିବା ଖବର ଅନୁଯାୟୀ କୈାଣସି ଘଟଣାକୁ କେନ୍ଦ୍ର କରି ଦୁଇ ପଡୋଶୀ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦୁଇଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ପରିଚୟ ସେହି ଗ୍ରାମର ମନୋଜ ନାୟକ ବୋଲି ଜଣାପଡିଛି । ତେବେ କୈାଣସି ଘଟଣାକୁ କେନ୍ଦ୍ରକରି ଏଭଳି ଏକ ଅଭାବନୀୟ ଘଟଣା ଘଟିବା ତାହା ଅସ୍ପଷ୍ଟ ରହିଥିବା ବେଳେ ପୂର୍ବଶତ୍ରୁତା କାରଣରୁ ଏଭଳିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ସୋରଡା ପୋଲିସ ଓ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ୨ ଜଣକୁ ଥାନାରେ ଆଣି ଅଟକ ରଖି ପଚାରାଉଚାରା କରୁଥିବା ଜଣାପଡିଛି ।