ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୁକ୍ତ ୨ ଭାଇ ଫେରାର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ବିଜୟ ପଦ୍ମନାଭପୁର ଲାଡ଼ି ଗାଁ ରେ ପାନୀୟଜଳ ପ୍ରକଳ୍ପ ପରିଚାଳନା ଦାୟିତ୍ବରେ ଥିବା ସନ୍ତୋଷ କୁମାର ଦାସ ନାମକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।ଏନେଇ ଏତଲା ହେବା ପରେ ପୋଲିସ ସୁଜ୍ଞାନ ରଥ ଏବଂ କାହ୍ନା ରଥ ୨ ଭାଇ ଙ୍କ ନାଁ ରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଶୁକ୍ରବାର ମଧ୍ୟାହ୍ନରେ ଗ୍ରାମର ମହାଦେବ ମନ୍ଦିର ରେ ସନ୍ତୋଷ ଥିବା ବେଳେ ୨ ଭାଇ ସେଠାରେ ପହଞ୍ଚି ସନ୍ତୋଷ ଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।ତାଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଗ୍ରାମର ପାନୀୟଜଳ ପ୍ରକଳ୍ପ ରୁ ସୁଜ୍ଞାନ ଙ୍କ ଘରକୁ ପାଣି ନଯିବାରୁ ଏଥିରେ ଉତ୍ତେଜିତ ହୋଇ ତାଙ୍କୁ ୨ ଭାଇ ମରଣାନ୍ତକ ଆକ୍ରମଣ କରାଯାଇଥିବା ଏତଲାରେ ଉଲ୍ଲେଖ ରହିଛି।ଗିରଫ ଭୟରେ ଅଭିଯୁକ୍ତ ୨ ଭାଇ ଫେରାର ଥିବା ତଦନ୍ତକାରୀ ଅଧିକାରୀ ଏସ.ଆଇ ଦୁଷ୍ମନ୍ତ କୁମାର ପ୍ରଧାନ କହିଛନ୍ତି।