ଯୁବକଙ୍କ ଅକାଳ ବିୟୋଗ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ରାଜେଶ କୁମାର ବେହେରା(୩୨)ଙ୍କର ରବିବାର ଅକାଳ ବିୟୋଗ ଘଟିଛି । ସେ ଗତ କିଛି ଦିନ ହେବ ବ୍ରେନ୍ ଟ୍ୟୁମର ରୋଗରେ ପିଡିତ ହୋଇ କଟକରେ ଚିକିତ୍ସାଧିନ ପରେ ଘରେ ରହୁଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ୨ ବର୍ଷର ପୁତ୍ର ସମେତ ବିଧବା ପତ୍ନୀ, ପିତାମାତା ଓ ୨ ଭଉଣୀ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ସେ ଜଣେ ସରଳ, ପରୋପକାରୀ ଯୁବକ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ