ଯୁବକଙ୍କ ଅସ୍ୱଭାବିକ ମୃତ୍ୟୁ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଞ୍ଜିଳି ଥାନା ବେଲଗାଁରେ ଜଣେ ଯୁବକଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଅସ୍ୱାଭାବିକ ମୃତ୍ୟୁ ଘଟିଛି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ସୁନ୍ଦରପୁର ଗ୍ରାମର ଧନେଶ୍ୱର ପରିଡ଼ା (୩୨) । ଏ ନେଇ ହିଂଜିଳି ଥାନାରେ ନଂ-୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରିବା ସହ ବୁଧବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ବ୍ୟବଛେଦ ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ପ୍ରକାଶ ଯେ, ଧନେଶ୍ୱର ବେଲଗାଁ ଅଂଚଳର ପୂର୍ଣ୍ଣଚନ୍ଦ୍ର ପାଣିିଗ୍ରାହୀଙ୍କ ଜେସିବିରେ ହେଲପର ଭାବେ ଗତ ୬ ମାସ ଧରି କାମ କରି ଆସୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଜଣେ ସାଙ୍ଗକୁ ଫୋନ କରି ଜଣାଇଥିଲେ । ଯୁବକଙ୍କ ସାଙ୍ଗ ଜଣକ ମାଲିକଙ୍କୁ ଜଣାଇ ଚିକିତ୍ସା ସକାଶେ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ଯୁବକଙ୍କୁ ମୃତ ଘୋଷଣା କରିଥିଲେ ।