ଇରାକ୍ ଓ ଇରାନ୍ ନଜିବା ପାଇଁ ବାରଣ କଲା ବିଦେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ- ଆମେରିକା ଓ ଇପାନ୍ ମଧ୍ୟରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି । ବୁଧବାର ସକାଳୁ ଇରାନ, ଇରାକରେ ଥିବା ଆମେରିକାର ଏୟାରବେସ ଉପରେ ଏକ ଡର୍ଜନରୁ ଅଧିକ ରକେଟ ମାଡ କରିଥିଲା । ଯାହାପରେ ଅଞ୍ଚଳରେ ଅଶାନ୍ତିର ମାହୋଲ ସୃଷ୍ଟି ହୋଇଛି । ଏହାକୁ ନେଇ ବିଦେଶ ମନ୍ତ୍ରାଳୟ ଭାରତୀୟ ନାଗରିକଙ୍କୁ ଇରାକ ନଯିବା ପାଇଁ ପରାମର୍ଶ ଦେଇଛି । ବିଦେଶ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବ ବୟାନରେ କୁହାଯାଇଛି, ଇରାକର ବର୍ତ୍ତମାନର ସ୍ଥିତିକୁ ଦେଖି, ପରବର୍ତ୍ତି ଅଧିସୂଚନା ଜାରି ହେବା ପର୍ଯ୍ୟନ୍ତ ସମସ୍ତ ଭାରତୀୟଙ୍କୁ ଅଣ-ଆବଶ୍ୟକୀୟ ଯାତ୍ରାକୁ ସ୍ଥଗିତ କରିବାକୁ ପରାମର୍ଶ ଦିଆଯାଇଛି । ଇରାକରେ ବାସ କରୁଥିବା ଭାରତୀୟ ନାଗରିକଙ୍କୁ ପରାମର୍ଶ ଜାରି କରି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ଇରାକ ଭିତରକୁ ଯାତ୍ରା କରିବାଠାରୁ ଦୂରରେ ରହିବା ପାଇଁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ