ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ଥାନା କରଚୁଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଯୁବକଙ୍କ ପରିଚୟ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗ୍ରାମର ବିଶିକେଶନ ପ୍ରଧାନ (୨୭ ) ବୋଲି ଜଣାପଡିଛି । ସେ ଦୀର୍ଘ ୫ ବର୍ଷ ହେଲା ବୁଗୁଡା ଅଂଚଳରେ ଫଟୋ ଓ ମୋବାଇଲ ବ୍ୟବସାୟ କରୁଥିଲେ । ତେବେ କୈାଣସି ଘଟଣାକୁ କେନ୍ଦ୍ରକରି ସେ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସଷ୍ଟ ରହିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ଉଦ୍ଧାର କରିବା ସହ ପଞ୍ଚନାମା ନିମନ୍ତେ ପଠାଇଛି । ମାନସିକ ଚାପରେ ସେ ଆତ୍ମହତ୍ୟା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏନେଇ ପରିବାର ତରଫରୁ କୈାଣସି ଲିଖିତ ଅଭିଯୋଗ ଥାନାରେ ହୋଇନଥିବା ବୁଗୁଡା ଥାନା ଆଇଆଇସି ପ୍ରକାଶ କରିଛନ୍ତି ।