ଯୁବକଙ୍କ ଠାରୁ ଲୁଟ୍ ଅଭିଯୋଗ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲାରେ ବିଭିନ୍ନ ସମୟରେ ଭିନ୍ନ  ଭିନ୍ନ ତରିକା ଆପଣାଇ ଲୁଟେରା ମାନେ ଲୁଟ୍ କରିବାରେ ସଫଳ ହେଉଥିବା ବେଳେ ରବିବାର ବିଳମ୍ବିତ ରାତିରେ ଜଣେ ସୁରତ ଫେରନ୍ତା ଯୁବକଙ୍କ ଠାରୁ ଅଟୋ ଚାଳକ ଚା ରେ ନିଶା ଦେଇ ଯୁବକଙ୍କ ଠାରୁ ଟଙ୍କା  ସହ ବିଭିନ୍ନ ସାମଗ୍ରୀ ଧରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଜଗନ୍ନାଥପ୍ରସାଦ ବ୍ଲକ୍ ଗଣ୍ଡାଧର ଗାଁର ଚନ୍ଦନ ନାୟକ, ଚକୁ ଗୌଡ଼ ଓ କୁଶପଲ୍ଲି ଗାଁର ବୁଲୁ ନାୟକ ଗତକାଲି ସୁରତରୁ ଘରକୁ ଫେରୁଥିଲେ। ସେମାନେ ରାତିରେ ଟ୍ରେନ୍‌ରୁ ଓହ୍ଲାଇବା ପରେ ଭୁବନେଶ୍ୱରରୁ ନାଇଟ୍‌କୋଚ୍ ବସ୍‌ରେ ଘରକୁ ଫେରୁଥିଲେ। ରାତି ଅନିଦ୍ରା ହୋଇଥିବାରୁ ବସ୍‌ରେ ଶୋଇ ଯାଇଥିଲେ। ମାତ୍ର ଗଣ୍ଡାଧର ଗାଁ ପାଖରେ ଓହ୍ଲାଇ ପାରିନଥିଲେ। ଭଞ୍ଜନଗରରେ ବସ୍ ପହଞ୍ଚିବା ପରେ ସେମାନଙ୍କ ନିଦ ଭାଙ୍ଗି ଥିଲା। ତେଣୁ ସେମାନେ ସେଇଠାରେ ଓହ୍ଲାଇ ଥିଲେ। ସେତେବେଳକୁ ରାତି ପ୍ରାୟ ୩ରୁ ୪ଟା ହେବ। ଗାଁକୁ ଯିବା ପାଇଁ କୌଣସି ଗାଡ଼ି ନଥିଲା। ତେଣୁ ସେମାନେ ଷ୍ଟାଣ୍ଡରେ ବୁଲୁଥିବା ସମୟରେ ସେମାନଙ୍କର ଜଣେ ଅଟୋବାଲା ସହିତଦେଖ।ହେବା  ପରେ ସେହି ଅଟୋରେ ସେମାନେ ଘରକୁ ଫେରୁଥିଲେ। କିଛିବାଟ ଗଲା ପରେ ଅଟୋ ଚାଳକ ବେଲଗୁଣ୍ଠା ପାଖରେ ଏକ ଚା’ ଦୋକାନ ପାଖରେ ଅଟୋ ଅଟକାଇ ଥିଲେ। ଅଟୋ ଚାଳକ ଏମାନଙ୍କୁ ଚାହା ପିଇବାକୁ ଦେଇଥିଲେ। ଏହା ପରେ ଯୁବକ ଜଣକ ସଂ । ହୀନ ହୋଇପଡିଥିଲେ । ଏହା ପରେ ଅଟୋ ଚାଳକ ଘଟଣା ସ୍ଥଳରୁ  ଟଙ୍କା ସାମଗ୍ରୀ ଧରି ଚମ୍ପଟ ମାରିଥିବା ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ