ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ପୋଲିସର ତଦନ୍ତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଶୁକ୍ରବାର ସକାଳୁ ପାଟପୁର ଥାନା ପୋଲିସ ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ତୁଣ୍ଡୁରା ଗ୍ରାମ ଲକ୍ଷ୍ମୀନୃସିଂହ ମନ୍ଦିର ନିକଟସ୍ଥ ବିଦ୍ୟୁତ ଟ୍ରାନ୍ସଫର ନିକଟରୁ ଜଣେ ଯୁବକଙ୍କ ମୃତଦେହ ପାଟପୁର ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ମୃତ ଯୁବକ ହେଲେ ତୁଣ୍ଡୁରା ଗ୍ରାମର ଦାମୋଦର ପ୍ରଧାନଙ୍କ ପୁଅ ଶିବରାମ ପ୍ରଧାନ (୩୫) ବୋଲି ଖବର ମିଳିଛି । ଖବରନୁଯାୟୀ , ମାର୍ଚ୍ଚ ୧ ତାରିଖ ଦିନ ମୃତ ଯୁବକ ଜଣକ ନିଜ ଭଉଣୀ ଘରକୁ ଯିବା ପାଇଁ ଘରେ କହି ବାହାରିଥିଲେ । ଅପରପକ୍ଷରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶିବରାମ ଆଉ ନ ଫେରିବାରୁ ପରିବାର ବହୁ ଖୋଜାଖୋଜି କରିଥିଲେ । ତେବେ ୫ ଦିନର ବ୍ୟବଧାନ ପରେ ଗ୍ରାମବାସୀ ଯୁବକଜଣକ ମୃତ ଅବସ୍ଥାରେ ଗ୍ରାମ ନିକଟରେ ପଡି ରହିଥିବା ଦେଖି ପାଟପୁର ପୋଲିସକୁ ଖବର ଦେଇଥିଲେ । ଖବରପାଇ ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଥାନା କେସ୍ ନଂ ୨୩୫/୨୪ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲା । ତେବେ ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ହତ୍ୟା ନା ବିଦ୍ୟୁତ୍ ଆଘାତ ଜନିତ ମୃତ୍ୟୁ ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଜଣାପଡ଼ିବ ବୋଲି ଥାନା ଅଧିକାରୀ ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ