ଯୁବକବି ଜନ୍ମେଜୟଙ୍କୁ ସାରସ୍ୱତ ସମ୍ମାନ 

ହାଟଡିହି, (ବିକାଶ ବିଶ୍ୱାଳ) :-ବରୁଣେଶ୍ୱର କ୍ଷେତ୍ରର ଯୁବକବି, ଗାଳ୍ପିକ, ତଥା ଶିକ୍ଷକ ଜନ୍ମେଜୟ ନାୟକଙ୍କୁ ନୟା ସବେରା ୟୁଥ ଟ୍ରଷ୍ଟ ନିମାପଡା, ପୁରୀ ପକ୍ଷରୁ ସାହିତ୍ୟଜ୍ୟୋତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ନିମାପଡା ଠାରେ ଆୟୋଜିତ ରାଜ୍ୟସ୍ତରୀୟ କବିତାପାଠୋତ୍ସବ ଓ ସାହିତ୍ୟ ଆଲୋଚନା ଚକ୍ରରେ  ଓଡିଶା ଅର୍ଥ ସେବାର ବରିଷ୍ଠ ଅଧିକାରୀ ସଂଗ୍ରାମ କେଶରୀ ସାମନ୍ତରାୟ, ପିପିଲିର ବିଧାୟକ ରୁଦ୍ର ମହାରଥିଙ୍କ ମା ତଥା ପ୍ରଧ୍ୟାପିକା ଓ ସୁ ସାହିତି୍ୟକା ପ୍ରତିଭା ମହାରଥି ପ୍ରମୁଖ ଯୋଗଦେଇ  ଜନ୍ମେଜୟ ନାୟକଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।  ପେଶାରେ ଜଣେ ଗଣିତ ଶିକ୍ଷକ ହୋଇ ମଧ୍ୟ କବିତା, ଗଳ୍ପ ଲିଖନ କ୍ଷେତ୍ରରେ ଯେଉଁ ପ୍ରକାର  ପାରଦର୍ଶିତା ଦେଖାଇଛନ୍ତି ତାହା ଆଗାମି ଯୁବ ପିଢ଼ୀଙ୍କ ପାଇଁ ନିଶ୍ଚିତ ପ୍ରେରଣାଦାୟୀ ହେବ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କୁ ଏଭଳି ଏକ ସମ୍ମାନରେ ସମ୍ମାନୀତ କରାଯିବାପରେ ଅନେକ କବି, କବୟତ୍ରୀ, ଗାଳ୍ପିକ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଜନ୍ମେଜୟ ଗୋପୀନାଥଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କର ସାହିତ୍ୟ ଓ କବିତା ରଚନା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚର ବିଷୟ ପାଲଟିଛି । ସେ ତାଙ୍କର ଏହି ପ୍ରୟାସକୁ ଜାରି ରଖିବା ସହିତ ସେ ଜଣେ ଆଗଧାଡିର ସାହିତ୍ୟିକ ଓ କବି ଭାବେ ନିଜକୁ ଓଡିଶାରେ ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟିତ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ