ଯୁବକ କୋର୍ଟ ଚାଲାଣ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ମାଳଦା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ହୋଇଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଥାନା ପକ୍ଷରୁ ୩୦୨/୨୩ରେ ମାମଲା ରୁଜୁ ହୋଇ ଅନୁସନ୍ଧାନ ଆରମ୍ଭ ହୋଇଥିବା ବେଳେ ଇତିମଧ୍ୟରେ ନାବାଳିକା ଜଣକୁ ଉଦ୍ଧାର କରାଯାଇଛି। ପୁଲିସ ନିକଟରେ ଉଦ୍ଧାର ନାବାଳିକା ଜଣକ ଦେଇଥିବା ବୟାନ ଅନୁଯାୟୀ ତାଙ୍କୁ ମଞ୍ଜୁରୀ ଅଞ୍ଚଳର ଚନ୍ଦ୍ରମଣି ମଳିକ ଅପହରଣ କରିଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ଯୁବକକୁ ଗିରଫ କରିଥିବା ବେଳେ ପେସ୍କୋ ଆଇନ ଅନୁଯାୟୀ ଆଜି ତାକୁ କୋର୍ଟ ଚାଲାଣ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ