ଯୁବକ ନିଖୋଜ; ଖୋଜି ଆଣିବା ପାଇଁ ବାପା କାମରାଜୁଙ୍କ ଆକୁଳ ନିବେଦନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ସାଦରା ଗ୍ରାମର କାମରାଜୁ ସ୍ଵାଇଁଙ୍କ ପୁଅ ରାଜେନ୍ଦ୍ର ସ୍ଵାଇଁ ଗତ ମାସ ୨୩ ତାରିଖରୁ କୁଆଡେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି I ରାଜେନ୍ଦ୍ରଙ୍କ ବାପା କାମରାଜୁଙ୍କ ସୂଚନା ପ୍ରକାରେ ନିଖୋଜ ରାଜେନ୍ଦ୍ର ଗତ ମାସ ୨୩ ତାରିଖରେ ନିଜ ଗ୍ରାମ ସାନ ସାଦରା ସ୍ଥିତ ଘରକୁ ଫେରିବା ପାଇଁ ସିକନ୍ଦରାବାଦ ଠାରୁ ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ ଟ୍ରେନରେ ଚଢିଥିଲେ। ସେ ଟ୍ରେନରେ ଆସୁଥିବା ଖବର ଘରକୁ ମେସେଜ ମାଧ୍ୟମରେ ଜଣାଇଥିଲେ।କିନ୍ତୁ ସେ ୨୫ ତାରିଖରେ ଘରକୁ ଫେରିବା କଥା ଥିଲେ ମଧ୍ୟ ଫେରିନଥିଲେ। ସେହିଦିନ ଠାରୁ ଆଜିଯାଏଁ ଘର ଲୋକେ ବହୁ ଖୋଜାଖୋଜି କରି ନିରାଶ ହେଲେଣି।କିନ୍ତୁ କୋଉଠି କିଛି ରାଜେନ୍ଦ୍ରଙ୍କ ସମ୍ପର୍କରେ ସୁରାକ ନପାଇ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି । ରାଜେନ୍ଦ୍ର କାମରାଜୁଙ୍କ ଏକ ମାତ୍ର ପୁଅ ହୋଇଥିବା ବେଳେ ସେ ହିନ୍ ରୋଜଗାର କରି ଆଣିଲେ ପରିବାର ପ୍ରତିପୋଷଣ ହେଉଥିଲା। ପୁଅକୁ ନପାଇ ବାପା ରାଜେନ୍ଦ୍ରଙ୍କ ସମେତ ପରିବାରର ଅନ୍ୟ ସମସ୍ତ ସଦସ୍ୟ ଭାଙ୍ଗି ପଡିଛନ୍ତି । ପୁଅ ରାଜେନ୍ଦ୍ରଙ୍କୁ ଖୋଜିବା ପାଇଁ ପ୍ରଶାସନ ଅଧିକାରୀ ଓ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ରାଜେନ୍ଦ୍ରଙ୍କ ବାପା କାମରାଜୁ । ଯଦି କୌଣସି ସହୃଦୟ ବ୍ୟକ୍ତି କୌଣସି ବ୍ୟକ୍ତି ରାଜେନ୍ଦ୍ରଙ୍କ ସନ୍ଧାନ ପାଆନ୍ତି ତାହେଲେ ୭୮୯୪୧୩୨୯୩୯ ନମ୍ବର୍ ରେ ଯୋଗଯୋଗ କରିବା ପାଇଁ ରାଜେନ୍ଦ୍ରଙ୍କ ପରିବାର ସଦସ୍ୟ ନିବେଦନ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ