ନମିତା ହେଲେ ବେଲଗୁଣ୍ଠା ସେବା ସମବାୟ ସମିତି ଉପସଭାପତି

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସେବା ସମବାୟ ସମିତି ଦୀର୍ଘ ୪୦ ବର୍ଷ ପରେ ବିଜେଡି ଦଖଲକୁ ଯିବା ପରେ ଆଜି ସମବାୟ ସମିତିର ଉପସଭାପତି ଭାବେ ଏକମାତ୍ର ପ୍ରାର୍ଥୀ ଭାବେ ବିଜେଡି ତରଫରୁ ନମିତା ଜେନା ନାମାଙ୍କନ ପତ୍ର ଦାଖଲ କରିଥିଲେ । କେହି ପ୍ରତିଦ୍ବନ୍ଦୀ ନାମାଙ୍କନ ପତ୍ର ଦାଖଲ ନ କରିବାରୁ ନିର୍ବାଚନ ଅଧିକାରୀ ନମିତାଙ୍କୁ ଉପସଭାପତି ଭାବେ ଘୋଷଣା କରିଥିଲେ । ଆଜିର ନିର୍ବାଚନରେ ବେଲଗୁଣ୍ଠା ଏନ୍ଏସି ଉପାଧ୍ୟକ୍ଷା ଟି ବବିତା କୂମାରୀ,ସମବାୟ ସମିତି ନିର୍ଦ୍ଦେଶକ କାମ୍ପ ସ୍ଵାଇଁ, ଦେବରାଜ ଖଣ୍ଡୁଆଳ,ପ୍ରଭାକର ଜେନା,ମନୋଜ କୁମାର ପାତ୍ର,ଏକାଦଶୀ ମହାରଣାଙ୍କ ସମେତ କାଉନସିଲର ଦିବ୍ୟ ରଞ୍ଜନ ଦାଶ, ଭାସ୍କର ପାତ୍ର, ବାପ ସ୍ଵାଇଁ ରାଜ ପାତ୍ର ଙ୍କ ସମେତ ସମସ୍ତ କାଉନସିଲର ମଧ୍ୟ ଉପସ୍ଥିତି ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ