ଯୁବକ ସଂଘଗୁଡିକୁ ଆର୍ଥିକ ସହାୟତା ପାଇଁ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ): ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ଜିଲ୍ଲାରେ ଥିବା ଯୁବକ ସଂଘଗୁଡିକୁ ଆର୍ଥିକ ସହାୟତା ଲାଗି ଦରଖାସ୍ତ ଆହ୍ୱାନ କରାଯାଇଥିବା ବେଳେ ଏଥିପାଇଁ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି । ଜିଲ୍ଲାରେ ଥିବା ଇଚ୍ଛୁକ ଯୁବକ ସଂଘ ୨୦୧୯ ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ଜିଲ୍ଲା କ୍ରୀଡା ଅଧିକାରୀଙ୍କ କାର୍ଯ୍ୟାଳୟ, ବାଲେଶ୍ୱରରେ ଏଥି ଲାଗି ଆବେଦନ କରିପାରିବେ । ଆବେଦନ କରିବା ପାଇଁ ନିର୍ଦ୍ଧାରିତ ଦରଖାସ୍ତ ଫର୍ମ ସମସ୍ତ ବ୍ଲକ ଏବଂ ପୌରପରିଷଦ କାର୍ଯ୍ୟାଳୟଗୁଡିକରେ ଉପଲବ୍ଧ ରହିଛି । ଏତତ୍ ବ୍ୟତୀତ ଏହି ଫର୍ମ ଜିଲ୍ଲା ୱେବସାଇଟ ଙ୍ଗଙ୍ଗଙ୍ଗ.ଭବକ୍ଷରଗ୍ଦଙ୍ଗବକ୍ସ.ଦ୍ଭସମ.ସଦ୍ଭ ରୁ ମଧ୍ୟ ଡାଉନଲୋଡ କରାଯାଇପାରିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ