ଯୁବକ ସଂଘଗୁଡିକୁ ଆର୍ଥିକ ସହାୟତା: ବଢିଲା ଆବେଦନ ସମୟସୀମା
ବାଲେଶ୍ୱର : ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ଜିଲ୍ଲାରେ ଥିବା ଯୁବକ ସଂଘଗୁଡିକୁ ଆର୍ଥିକ ସହାୟତା ଲାଗି ଦରଖାସ୍ତ ଆହ୍ୱାନ କରାଯାଇଥିବା ବେଳେ ଏହାର ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି । ଇଚ୍ଛୁକ ଯୁବକ ସଂଘମାନେ ୨୦୧୯ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ଜିଲ୍ଲା କ୍ରୀଡା ଅଧିକାରୀଙ୍କ କାର୍ଯ୍ୟାଳୟ, ବାଲେଶ୍ୱରରେ ଏଥି ଲାଗି ଆବେଦନ କରିପାରିବେ । ଆବେଦନ କରିବା ପାଇଁ ନିର୍ଦ୍ଧାରିତ ଦରଖାସ୍ତ ଫର୍ମ ସମସ୍ତ ବ୍ଲକ ଏବଂ ପୌରପରିଷଦ କାର୍ଯ୍ୟାଳୟଗୁଡିକରେ ଉପଲବ୍ଧ ରହିଛି । ଏତତ୍ ବ୍ୟତୀତ ଏହି ଫର୍ମ ଜିଲ୍ଲା ୱେବସାଇଟ ଙ୍ଗwww.baleswar.nic.in ରୁ ମଧ୍ୟ ଡାଉନଲୋଡ କରାଯାଇପାରିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଜଣାଇଛନ୍ତି ।