ଯୁବକ ସଂଘ ପକ୍ଷରୁ ରାସ୍ତା ସଫେଇ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ :ନାଉଗାଁ ବ୍ଳକସ୍ଥିତ ତିରୁଣାର ଇନ୍ଦିରା ସ୍ମାରକୀ ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମରେ ଥିବା ରାସ୍ତାର ଉଭୟ ପ୍ରାଶ୍ୱର୍ ଅନାବନା ଲତା ମାଡି ଯିବା ସହିତ ଲତାରୁ ପତ୍ର ଝଡି ପଚିି ଅପରିଷ୍କାର ହୋଇଥିଲା । ଏହାକୁ ଯୁବକ ସଂଘ ପକ୍ଷରୁ ସଫେଇ କରାଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ସଂଘର ସଂପାଦକ ବିକାଶ ରଂଜନ ଦାସ, ଦେବଦତ ତ୍ରିପାଠୀ, ଶ୍ରୀତମ ବେହୁରା, ବିଶ୍ୱଜିତ ମଲ୍ଲିକ, ସତ୍ୟବ୍ରତ ବେହୁରା, ପିଙ୍କୁ ନାୟକ, ଲିପୁନା ବେହୁରା, ବିକାଶ ରଂଜନ ପରିଡା, ସୌଭାଗ୍ୟ ସ୍ୱାଇଁ, ଶ୍ରୀନିବାସ ସ୍ୱାଇଁ, ସୂର୍ଯ୍ୟକାନ୍ତ ସ୍ୱାଇଁ, ଅନନ୍ତ ବେହୁରା, ହରେକୃଷ୍ଣ ତ୍ରିପାଠୀଙ୍କ ସମେତ ଅନ୍ୟ ସଦସ୍ୟମାନେ ସାମିଲ ଥିଲେ । ଏହି ସଫେଇ କାର୍ଯ୍ୟକ୍ରମକୁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଥିଲେ ।