ନୃତ୍ୟ ଓ ସଂଗୀତ ମହୋତ୍ସବରେ ନୃତ୍ୟଶିଳ୍ପୀ ମଣିକର୍ଣ୍ଣିକା ସମ୍ବର୍ଦ୍ଧିତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ) ଓଡିଶାର ସଂସ୍କୃତି ସମ୍ପନ୍ନ ସହର ପୁରୀର ସଂସ୍କୃତି ଭବନ ଠାରେ ଓଡିଶା ସରକାର ଓ ପୁରୀ ଡ୍ୟାନ୍ସ ଏକାଡେମୀ ଦ୍ୱାରା ଜାତୀୟ ବର୍ଷା ନୃତ୍ୟ ଓ ସଂଗୀତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଉକ୍ରଳ କଳା ବିକାଶ କେନ୍ଦ୍ରର ଖ୍ୟାତି ସମ୍ପନ୍ନ ନୃତ୍ୟଶିଳ୍ପୀ ମଣିକର୍ଣ୍ଣିକା ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଂଶସିତ ହୋଇଛନ୍ତି । ଗୁରୁଶିଷ୍ୟ ପରମ୍ପରାକୁ ସମ୍ମାନ ଜଣାଇ ନୃତ୍ୟଶିଳ୍ପୀ ଓ ତାଙ୍କର ଗୁରୁ କସ୍ତୁରୀ ପଟ୍ଟନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ନାଉଗାଁର ସଂସ୍କୃତି ପ୍ରେମୀ ନିରଂଜନ ମହାନ୍ତି, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଅଧ୍ୟାପକ ଚୌଧୁରୀ ବିନେଶ କୁମାର ଦାସ, ସମାଜସେବୀ ମନୋରଂଜନ ପରିଡା, ଶିକ୍ଷକ ହିମାଂଶୁ କୁମାର ମହାନ୍ତି, ଉକ୍ରଳ ଭାରତୀ କଳା ବିକାଶ କେନ୍ଦ୍ରର ସମସ୍ତ କର୍ମକତା ଓ ଅଭିଭାବକମାନେ ସୁଶୀ ମଣିକର୍ଣ୍ଣିକାଙ୍କ ଶୁଭେଛା ଜଣାଇଛନ୍ତି । ଅନୁଷ୍ଠାନର ହିତାକାଂକ୍ଷୀମାନଙ୍କୁ ସଂପାଦକ ସୁକାନ୍ତ କୁମାର ଲେଙ୍କା କୃତଜ୍ଞତା ଜ୍ଞାପନ କରିଛନ୍ତି ।


