ଯୁବକ ସଂଘ ସଦସ୍ୟଙ୍କ ମାନବିକତା; ରାସ୍ତାରେ ପଡ଼ିଥିବା ଯୁବକଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କଲେ

 ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକ ଅଧିନସ୍ଥ ଅପହଞ୍ଚ ପଞ୍ଚାୟତ ଭାବେ ପରିଚିତ ବାରବା ପଞ୍ଚାୟତର ଯୁବକ ସଂଘର ସଦସ୍ୟମାନେ ଦେଖାଇଛନ୍ତି ଏକ ମାନବିକତା। ଦୁୁର୍ଘଟଣାରେ ରାତିରେ ପଡ଼ିଥିବା ୨ ଜଣ ଯୁବକଙ୍କୁ ଉଦ୍ଧାର କରି ଗଂଜାମ ଜିଲାର ସୋରଡ଼ା ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତ କରିଛନ୍ତି। ଯୁବକ ସଂଘର ସଦସ୍ୟ ମାନଙ୍କର ଠିକ୍‍ ସମୟରେ ହସ୍ତକ୍ଷେପ ଯୋଗୁଁ ୨ଟି ଜୀବନ ବଞ୍ଚିଯାଇଥିବା ନେଇ ମଧ୍ୟ ସାଧାରଣରେ ଆଲୋଚନା ଜୋର ଧରିଥିବାବେଳେ ଯୁବକ ସଂଘର କର୍ମକର୍ତ୍ତାମାନଙ୍କର ଏଭଳି କାର୍ଯ୍ୟକୁ ମଧ୍ୟ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଖବର ପ୍ରକାରେ, ରବିବାର ବିଳମ୍ବିତ ରାତ୍ରିରେ ଗଂଜାମ ଜିଲା ଅନ୍ତର୍ଗତ ଚିଟିପୋଲି ଗ୍ରାମରୁ ବଡ଼ବାରବା ପଂଚାୟତ ଅଭିମ୍ମୁଖେ ଏକ ବାଇକରେ ୨ ଜଣ ବ୍ୟକ୍ତି ନୀଳାଞ୍ଚଳ ନାୟକ ଓ ଅନ୍ୟ ଜଣେ ଆସୁଥିବା ବେଳେ ସାନବାରବା ପୋଲ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣା ପରେ ୨ ଜଣ ସେଠାରେ ପଡ଼ି ରହିଥିଲେ। ଉକ୍ତ ରାସ୍ତାରେ ସନ୍ଧ୍ୟା ପରେ ଯାତାୟତ ନଥିବା ଯୋଗୁଁ ଦୁର୍ଘଟଣାର ଶୀକାର ହୋଇଥିବା ୨ ଜଣ ସେଠାରେ ପଡ଼ି ଛଟପଟ ହେଉଥିବାବେଳେ କୌଣସି ପ୍ରକାର ବଡ଼ବାରବା ପଞ୍ଚାୟତ ଯୁବକ ସଂଘର ସଭାପତି ମସସି ନାୟକ ଖବର ପାଇ ଅନ୍ୟ କେତେକ ସଦସ୍ୟ ଇସାକ ନାୟକ, ବାବୁଲା ପରିଡ଼ା, ସୁକାନ୍ତ ମହାକୁଡ଼, ଚନ୍ଦନ ନାୟକ ଓ ସଂଜୀବ ନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଁଚି ସେଠାରେ ପଡ଼ି ଛଟପଟ ହେଉଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ଗ୍ରାମଠାରୁ ପ୍ରାୟ  ୨୫ କିଲୋମିଟର ଦୂର ସୋରଡ଼ା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ