ଯୁବକ ସଙ୍ଘ ପକ୍ଷରୁ ବୃକ୍ଷ ରୋପଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ୱାର୍ଡ ସଭ୍ୟ ସରୋଜଙ୍କ ନେତୃତ୍ବରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବର୍ତ୍ତମାନ ୭୩ ତମ ବନ ମହୋତ୍ସବ ଚାଲୁଥିବା ବେଳେ ଯୁବକ ମାନେ ବନ ବିଭାଗ ପକ୍ଷରୁ ବିଭିନ୍ନ ଚାରା କିଣି ଆଣି ପୁରୁଣା କେରାଣ୍ଡି ଗ୍ରାମ ଶେଷ ଠାରୁ ବୃନ୍ଦାବନ ପ୍ୟାଲେସ ପର୍ଯ୍ୟନ୍ତ ବିଭିନ୍ନ କିସମର ଚାରା ଲଗାଇଛନ୍ତି । ଏହି ଭଳି କାର୍ଯ୍ୟକ୍ରମକୁ ଗ୍ରାମବାସୀ ଯୁବକ ମାନଙ୍କୁ ଉତ୍ସ।ହିତ କରିଛନ୍ତି । ଯୁବକ ମାନେ ଆଗକୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଧାର୍ମିକ, ସାମାଜିକ କାମରେ ସହଯୋଗର ହାତ ବଢ଼ାଇ ଆସିଛନ୍ତି । ଏହି କାର୍ଯ୍ୟକ୍ରମରେ କିରଣ, ଦିଲ୍ଲୀପ, ସରୋଜ,ସନ୍ତୋଷ ଅର୍ଜୁନ,ପିଣ୍ଟୁ,ଜୟ ଚନ୍ଦ୍ରଙ୍କ ସମେତ ବହୁ ଯୁବକ ସହଯୋଗ କରିଥିଲେ ।