ଯୁବତୀଙ୍କୁ ମାମୁଁ ଘରେ ଛାଡିଲା ପୋଲିସ…
ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍): ଭଂଜନଗର ମୁଖ୍ୟ ରାସ୍ତା ରଘୁନାଥ ମନ୍ଦିର ନିକଟ ବିଶ୍ରାମଗାରରେ ଆଜି ସକାଳେ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ ।ଯୁବତୀ ଜଣକ ନାମ ବାସନ୍ତି ସେଠୀ ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଆଜି ସକାଳେ ଯୁବତୀ ଜଣକ ମନ ଦୁଖରେ ବିଶ୍ରାମଗାର ନିକଟରେ ମନ ଦୁଖରେ କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ଦେଖି ନିକଟସ୍ଥ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀ ଜଣକୁ ଉଦ୍ଧାର କରି ଥାନାକୁ ନେଇ ପଚାରାଉଚାରା ସମୟରେ ଯୁବତୀ ଜଣକ ଘରେ ଯୁବତୀ ସହ କଳି ଲାଗିରହିଥିବାରୁ ସେ ଘର ଛାଡିଚାଲିଆସିଥିବା ପୋଲିସ ନିକଟରେ କହିଥିଲେ ।ଏହାପରେ ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ବେଲଗୁଣ୍ଠା ନିକଟ ବଙ୍କା ଗ୍ରାମରେ ମାମୁଁ ଘରେ ନେଇ ପୋଲିସ ଛାଡିଦେଇଥିବା ଜଣାପଡିଛି ।