ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର

ଚୌଦ୍ଵାର (ସଞ୍ଜୀବ କୁମାର ତିୱାରୀ): ଚୌଦ୍ୱାର ଥାନା ଅନ୍ତର୍ଗତ ମଙ୍ଗରାଜ ପୁର ପଞ୍ଚାୟତ ରାମଚନ୍ଦ୍ରପୁର(ଶାସନ) ଗ୍ରାମର ଡାଳିଯୋଡା ଗ୍ରାମ୍ଯ ଜଙ୍ଗଲରୁ ଯୁବତୀ ଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଚୌଦ୍ବାର ପୋଲିସ ଦ୍ୱାରା ଉଦ୍ଧାର ଯୁବତୀ ଜଣଙ୍କ ହେଲେ କୌଳାସ ବେହେରା ଝିଅ ଅଞ୍ଜନା ବେହେରା (୨୨) ଗତ ୧୫ତାରିଖରୁ ଅଞ୍ଜନା ଘରଛାଡି ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ଚୌଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ୭ଦିନ ହେବ ଅଞ୍ଜନାର କୌଣସି ଖବର ମିଳିନଥିଲା । ଶୁକ୍ରବାର ଦିନ ଗ୍ରାମ ନିକଟରେ ଥିବା ଡାଳିଯୋଡା ଗ୍ରାମ୍ଯ ଜଙ୍ଗଲକୁ ସେଇ ଗ୍ରାମର ଜଣେ ଲୋକ ଗାଇ ଚରାଇବା ପାଇଁ ଯାଇଥିବା ବେଳେ ଅଞ୍ଜନାର ମୃତ ଦେହ ଏକ ଗଛରେ ଝୁଲୁଥିବାର ଦେଖିବାକୁ ପାଇଥିଲା। ଏହା ପରେ ଅଞ୍ଜନା ପରିବାର ଲୋକଙ୍କୁ ଖବର ଦେଇଥିଲା । ପରିବାର ଲୋକେ ଘଟଣା ସ୍ଥଳେ ପହଞ୍ଚି ପୋଲିସକୁ ଜଣାଇଥିଲେ । ଘଟଣା ସ୍ଥଳେ ଚୌଦ୍ୱାର ପୋଲିସ ଓ ସାଇଣ୍ଟିପିକ୍ ଟିମ୍ ପହଞ୍ଚି ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲ ପଠାଇ ତଦନ୍ତ ଜରିରଖିଥିବାର ଜଣାପଡିଛି। ପୋଷ୍ଟମଡମ ରିପୋର୍ଟ ଆସିବା ପରେ ଏହା ହତ୍ଯା କି ଆତ୍ମହତ୍ୟା ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ