ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ଫେକର ହଟିଂ ନାଳ ନିକଟରେ ଜଣେ ଯୁବତୀଙ୍କ ପୋଡି ହୋଇ ସନ୍ଦୈ ଜନକ ମୃତ୍ୟୁ ଘଟଣାକୁ ନେଇ ନାନା ଚର୍ଚ୍ଚା ହେଉଛି । ପୁଲିସ ଶବ ଜବଦ କରି ପୋଷ୍ଟ ମଟମ ପାଇଁ ପଠାଇ କେବଳ ଅପମୃତ୍ୟୁ ମାମଲା ରୁଜୁକରି ଚୁପ ହୋଇଯାଇଛି । ଖବରରୁ ଜଣାଯାଇଛି ଯେ ଧନୁର୍ଜୟପୁର ପଞ୍ଚାୟତର ବଉଳା ହଟିଂ ସାହିରେ ବୁଦୁଲି ଥଟାରୀଙ୍କ ଝିଅ ସୁନିତା ଥଟାରୀ(୨୬) ସେ ଦୀର୍ଘଦିନ ହେଲା ଭୁବନେଶ୍ୱରରେ ରହି କାର୍ଯ୍ୟ କରୁଥିଲେ । ସେ ଗତ ଏକବର୍ଷ ହେବ ଘରକୁ ଆସି ନିଜ ଘରେ ରହୁଥିଲେ । ଗତ ୬ତାରିଖ ଦିନ ୧୦ଟାବେଳେ ସେ ନିକଟସ୍ଥ ହଟିଂ ନାଳ ପାଖକୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଳେ । ବହୁ ବିଳମ୍ବ ହେବାରୁ ତାଙ୍କ ମା ବୁଦୁନି ନାଳ ପାଖକୁ ଖୋଜିବାକୁ ଯାଇ ନାଳ ଠାରୁ ଶହେ ମିଟର ଦୁର ଏକ ପରିତ୍ୟକ୍ତ ଘରେ ପୋଡିଯାଇ ମରି ପଡିଥିବା ଦେଖିବାକୁ ପାଇଥିଲେ । ଖବରପାଇ ବଉଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବକୁ ପୋଷ୍ଟମଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଝିଅ ଗାଧୋଇବାକୁ ଯାଇ ଏକ କିଲୋମିଟର ଦୁରର ଏକ ପରିତ୍ୟକ୍ତ ଘରେ କିପରି ପୋଡି ହୋଇ ମରିବାକୁ ମା ବୁଦୁନି ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ପ୍ରକାଶ ପାଇଛି । ପୁଲିସ ଉପଯୁକ୍ତ ତଦନ୍ତ କରି ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବାକୁ ଦାବି ହେଉଛି । ଗତ କିଛିଦିନ ମଧ୍ୟରେ ଏହି ଅଞ୍ଚଳରେ ଏହିପରି ଦୁଇ ଦୁଇଟି ସନ୍ଦେହ ଜନକ ମୃତ୍ୟୁ ଘଟଣା ଘଟିଥିଲେବି ପୁଲିସ ଆଜି ପର୍ଯ୍ୟନ୍ତ ଗୋଟିଏ ବି ମୃତ୍ୟୁର ରହସ୍ୟ ଉନ୍ମୋଚନ କରିପାରି ନôତବାରୁ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


