ଯୁବତୀ ନିଖୋଜ ନଦୀ ଜଳ ସ୍ରୋତରେ ଭାସି ଯାଇଥିବା ସନ୍ଦେହ

ହିଂଜିଳିକାଟୁ, (ଶେଷଦେବ ସାହୁ): ଖରିଡ଼ା ଗ୍ରାମର ଜୈନିକା ଯୁବତୀ ରବିବାର ସକାଳେ ଶୌଚ ସକାଶେ ନଦୀକୁ ଯାଇ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ନିଖୋଜ ଯୁବତୀ ଜଣକ ସଂପୃକ୍ତ ଗ୍ରାମର ଛବି ଦାସଙ୍କ ଝିଅ ନୟନି ଦାସ (୧୯) । ସକାଳେ ଯୁବତୀ ଜଶକ ଶୌଚ ଲାଗି ଗ୍ରାମ ନିକଟସ୍ଥ ନଦୀକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ଯୁବତୀଙ୍କ ମା ନଦୀ ନିକଟକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା । ନଦୀ ହୁଡ଼ାରେ ଯୁବତୀଙ୍କ ଚପଲ ଦେଖିପାରି ନଦୀର ପ୍ରଖର ଜଳ ସ୍ରୋତରେ ଭାସି ଯାଇଥିବା ସନ୍ଦେହ କରି ଘଟଣା ନେଇ ହିଂଜିଳି ଥାନା ଓ ଅଗ୍ନିଶମ ବାହୀନିଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲୀସ ଓ ଅଗ୍ନିଶମ ବାହୀନି ପଂହଚି ଘଟଣାର ତଦନ୍ତ କରିଥିଲେ । ଅଗ୍ନିଶମ ବାହୀନିର କର୍ମଚାରୀ ମାନେ ନଦୀ ମଧ୍ୟରେ ଦୀର୍ଘ ୪ ଘଂଟା ଅକ୍ଳାନ୍ତ ପରିଶ୍ରମ କରି ଖୋଜାଖୋଜି କରିଥିଲେ ମଧ୍ୟ ଯୁବତୀଙ୍କ ସନ୍ଧାନ ମିଳିପାରିନଥିଲା । ତେବେ ଯୁବତୀଙ୍କ ନିଖୋଜ ଘଟଣା ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଖବର ଲେଖାହେବା ସୁଦ୍ଧା ନିଖୋଜ ଯୁବତୀଙ୍କ ସନ୍ଧାନ ମିଳି ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ