ଯୁବନେତାଙ୍କ କ୍ୱାରେଣ୍ଟାଇନ୍ ପରିଦର୍ଶନ

ଯାଜପୁର, (ଓ୍ୱାଇଏନ୍‌ଏସ୍‌): ପାଣିକୋଇଲି,ପଥରପଦା କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀ ମାନଙ୍କ ସମସ୍ୟା ଜାଣି ସଂଗେ ସଂଗେ ପହଞ୍ଚି ଥିଲେ ଯୁବନେତା ଦିଲ୍ଲିପ ଧିର ସାମନ୍ତ। ସେଠାରେ ପ୍ରବାସୀମାନଙ୍କୁ କେଉଁଭଳି ଭାବେ ରଖାଯାଇଛି ଏବଂ କେଉଁ ପ୍ରକାର ସୁବିଧା ଅସୁବିଧା ବିଷୟରେ ଅନୁଧ୍ୟାନ କରିବା ସହ ପ୍ରବାସୀ ମାନେ ସେମାନଙ୍କ ଖାଇବା ପିଇବାକୁ ନେଇ ଅସନ୍ତୋଷ ଥିବା ଦେଖିବାକୁ ମିଳିଥିଲା। ଏ ନେଇ ଯୁବନେତା ସେମାନଙ୍କୁ ବୁଝାସୁଝା କରିବା ସହ ସେମାନଙ୍କ ସୁରକ୍ଷା ଏବଂ ସୁବିଧା ନେଇ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ ଆଗ ଧାଡିରେ ଯୁବକ ସୁଶାନ୍ତ କୁମାର, ରାଜେଶ ବଳ, ଦେବବ୍ରତ ମହାପାତ୍ରଙ୍କ ଉପସ୍ଥିତିରେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ