ବିଶ୍ୱ ପରିବେଶ ଦିବସ ପାଳିତ
ଗାଙ୍ଗପୁର, (ଶିବରାମ ଚୌଧୁରୀ): କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ଼କ୍ରସ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏଥିରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ତ୍ରିପାଠୀ ସଭାପତିତ୍ୱ କରି ସାଂପ୍ରତିକ ପରିସ୍ଥିତିରେ ପରିବେଶକୁ ସଫା ରଖିବା ଅବଶ୍ୟମ୍ଭାବୀ ହୋଇପଡିଛି ବୋଲି କହିଥିଲେ । ଗଣିତ ବିଜ୍ଞାନ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ନିହାତି ଆବଶ୍ୟକ ନପଡିଲେ ଗାଡ଼ି ବ୍ୟବହାର ନକରିବାର ପରାମର୍ଶ ଦେଇଥିଲେ । ଯୁବ ରେଡ଼କ୍ରସ ଜିଲ୍ଲା ସଂଯୋଜକ ବି.ଗୋବିନ୍ଦ ରାଓ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପରିବେଶ ଗୀତ ପରିବେଷଣ କରିଥିଲେ । ଛାତ୍ରୀ ଗୁଣାମ୍ବରୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ପରିସରରେ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଚିତ୍ର ଦାସ, କାହ୍ନୁ ସ୍ୱାଇଁ, ଶିଙ୍କୁ ସ୍ୱାଇଁ, ମହେନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ ।


