ଯୁବପିଢ଼ିଙ୍କ ପାଇଁ ମାନବାଧିକାର ତାଲିମ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଯୁବ ପିଢ଼ିଙ୍କ ଦାୟିତ୍ବରେ ସାମାଜିକ ପରିବର୍ତ୍ତନ ସମ୍ଭବ। ଆକ୍ସନଏଡ୍, ଭୁବନେଶ୍ୱର ସହାୟତାରେ ଅନ୍ତରଙ୍ଗ ଯୁବ ମହାସଂଘ କନ୍ଧମାଳ ପକ୍ଷରୁ ଆୟୋଜିତ ସ୍ବେଛାସେବୀ ଅନୁଷ୍ଠାନ ଜାଗୃତି ତରଫରୁ ଦାରିଙ୍ଗବାଡିଠାରେ ଦିନିକିଆ ମାନବିକ ଅଧିକାର ଓ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପ୍ରତିରକ୍ଷା ତାଲିମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରୁ ୪୦ ଜଣ ଯୁବ ମହାସଂଘର ସଦସ୍ୟ, ସଦସ୍ୟା ଓ ପ୍ରତିନିଧିଙ୍କୁ ନେଇ ଆୟୋଜିତ ତାଲିମରେ ଅତିଥି ଭାବେ ଜାଗୃତି ଅନୁଷ୍ଠାନର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ଅନ୍ତରଙ୍ଗ ଯୁବ ମହାସଂଘର ସଭାପତି ଦିଲ୍ଲୀପ କୁମାର ସାହୁ ଓ ସମ୍ପାଦକ ହୃଷିକେଶ ପ୍ରଧାନ, ଅହିଂସା ବିଚାର ଟ୍ରଷ୍ଟି ଶ୍ରୀ ସୋମ ତାଲିମଦାତା ଭାବେ ଓ ବ୍ଲକ ସଂଯୋଜକ ଅକ୍ଷୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ