ଯୁବଶକ୍ତି କ୍ଲବ ପକ୍ଷରୁ ବୃକ୍ଷରୋପଣ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ଗ୍ରାମ ଠାରେ ଯୁବଶକ୍ତି କ୍ଲବ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜାତିରପିତା ମହାତ୍ମାଗାନ୍ଧୀ ଓ ଶାନ୍ତିରଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବନଖଣ୍ଡ ଅଧିକାରୀ ପ୍ରକାଶ କୁମାର ଦାସ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ କ୍ଲବର ବରିଷ୍ଠ ସଭ୍ୟ ଶିକ୍ଷକ ସୁଧାକର ନାୟକ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ନାଗରିକ ସନ୍ତୋଷ କୁମାର ଦାସ ଯୋଗଦେଇଥିଲେ । ସଭାପତି ନିର୍ମଳ କୁମାର ସେନାପତିଙ୍କ ସଂଯୋଜନାରେ କୋଭିଡ ଆଇନ ଅନୁଯାୟୀ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବୃକ୍ଷପ୍ରେମୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଅତିଥି ମାନେ ସମ୍ବର୍ନ୍ଧିତ କରିଥିଲେ । କ୍ଲବର ସଦସ୍ୟ ସୁଦର୍ଶନ ଦାସ ଅତିଥିପରିଚୟ ଓ ସମ୍ପାଦକ ବଟକୃଷ୍ଣ ସାହୁ ଧନ୍ୟବାଦ ଦେଇଥିଲେ । ଯୁବ ଶିକ୍ଷାବିତ ପବନ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୃଦାନନ୍ଦ ନାୟକ, ମାୟାଧର ବାରିକ, ପର୍ଶୁରାମ ସାହୁ, ରଙ୍ଗାଧର ସାହୁ, ପର୍ଶୁରାମ ସେନାପତି, ଗଗନ ନାୟକ, ମନୋରଞ୍ଜନ ନାୟକ, ସଦାନନ୍ଦ ସେନାପତି, ଅନିରୁଦ୍ଧ ସେଠୀ, ଲଲାଟ ପଣ୍ଡା, ରବିନ୍ଦ୍ର ସାହୁ ପ୍ରମୁଖ ଗ୍ରାମ ଆଖପାଖ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମକୁ ବଳରାମ ସେନାପତି ପ୍ରଦୀପ ସେନାପତି, ଉପେନ୍ଦ୍ର ପରିଡା, କୃଷ୍ଣଚନ୍ଦ୍ର ବାରିକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ