ସହାୟତା ପାଇଁ ପାଚିକା,ସହାୟୀକାଙ୍କ ବ୍ଳକ ଶିକ୍ଷାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ନାଉଗାଁ,(ଓ୍ବାଇଏନ୍ଏସ୍): କରୋନା ମହାମାରୀ ସମୟରେ ଲକଡାଉନ ଓ ସଟଡାଉନ ହେବାରୁ ବିଦ୍ୟାଳୟ ବନ୍ଦ ରହିବା ହେତୁ ପାଚିକା ସହାୟୀକାମାନେ ପ୍ରଭାବିତ ହୋଇଛନ୍ତି । ପାଚିକା ସହାୟୀକାମାନଙ୍କୁ ସହାୟତା ପ୍ରଦାନ ପାଇଁ ଏଆଇୟୁଟିୟୁସି ସହବନ୍ଧିତ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟୀକା ସଂଘ ପକ୍ଷରୁ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନାଉଗାଁ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବାଇଧର ତ୍ରିପାଠୀଙ୍କୁ ୩ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରକୁ ଏଆଇୟୁଟିୟୁସିର ସଂଯୋଜକ ସୁବାସ ସ୍ୱାଇଁ ଓ ସହାୟୀକା ସଂଘର ସଂପାଦିକା ସୁରମା ବେହେରା, ବବିତା ସେଠୀ, ରୁବି ମହାନ୍ତି, ସଂଯୁକ୍ତା ଦାସ, ବେଲ ଲେଙ୍କା, କୌଶଲ୍ୟା ବିଶ୍ୱାଳ ଆଦି ପ୍ରଦାନ କରିଛନ୍ତି । କରୋନା ମହାମାରୀ ପାଇଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । ବିଶେଷକରୀ ଲକ ଡାଉନ ଓ ସଟ ଡାଉନ ଯୋଗୁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଛି । ମଧ୍ୟାହ୍ନ ଭୋଜନ ରୋଷେଇ ହେଉ ନଥିବାରୁ ପାଚିକା ଓ ସହାୟୀକା ମାନଙ୍କ ଜୀବନ ଯାତ୍ରା ବ୍ୟାହତ ହୋଇଛି । ପ୍ରକାଶ ଯୋଗ୍ୟଯେ ରୋଷେଇ ପାଇଁ ନିଯୁକ୍ତ ପାଚିକା ଓ ସହାୟୀକାମାନେ ସାଧାରଣତଃ ବିଧବା ,ସ୍ୱାମୀ ପରିତ୍ୟକ୍ତ, ଅସହାୟ ମହିଳା ଅଟନ୍ତି । ଏମାନଙ୍କର ରୋଜଗାରର ଅନ୍ୟ ପନ୍ଥା କିଛି ନାହିଁ । ତେଣୁ କରୋନା ମୁକାବିଲା ପାଇଁ ଲକଡାଉନ ସମୟରେ ପାଚିକା ସହାୟୀକାମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଉ, କରୋନାରେ ଜୀବନ ବଂଚାଇବା ପାଇଁ ପାଚିକା ସହାୟୀକାମାନଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉ, ୨୮ ମାସର ବର୍ଦ୍ଧିତ ବକେୟା ପାରିଶ୍ରମିକ ଅବିଳମ୍ବେ ପ୍ରଦାନ କରିବା ପାଇଁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ