ଯୁବାବସ୍ଥାରେ ଯାଇଥିଲେ ବୃଦ୍ଧାବସ୍ଥାରେ ଫେରିଲେ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଯୁବାବସ୍ଥାରେ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯାଇ ନିଖୋଜ ଥିବା ଗଜପତି ଜିଲ୍ଲାର ରାୟଗଡ ବ୍ଲକର ତାଳମୁଣ୍ଡା ପଞ୍ଚାୟତ ଆବାରସିଂ ଗ୍ରାମର ଜଗପତି କାର୍ଯୀ ବୃଦ୍ଧାବସ୍ଥାରେ ଫେରିଛନ୍ତି ନିଜ ଜନ୍ମ ମାଟିକୁ । ରାଜ୍ୟ ସରକାର ଓ ଗଜପତି ଜିଲ୍ଲା ପ୍ରଶାସନ ଦ୍ୱାରା ଦୀର୍ଘ ୩୫ବର୍ଷ ପରେ ଗଜପତିକୁ ଗତକାଲି ଶୁକ୍ରବାର ଦିନ ଫେରି ଆସିଛନ୍ତି ଜଗପତି । ଅରୁଣାଞ୍ଚଳ ପ୍ରଦେଶରୁ ତାଙ୍କୁ ଫେରାଇ ଆଣିବା ପାଇଁ ଜଣେ ଶିକ୍ଷକ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭଇରାଲ କରିଥିଲେ । ଏହି ଭିଡିଓକୁ ଦେଖି ଗଜପତି ଜିଲ୍ଲାପାଳ ଅନୁପମ ସାହା ଏହାକୁ ବିଶେଷ ଗୁରୁତ୍ୱ ଦେଇଥିଲେ । ପ୍ରବାସୀ ଓଡିଆଙ୍କୁ ରାଜ୍ୟ ସରକାରଙ୍କ ମୋ ପରିବାର ଯୋଜନାରେ କଥାବାର୍ତ୍ତା କରାଯାଇ ତାଙ୍କ ଭାଇ ସୁକୁ ଭୁୟାଁ ଓ ଭଉଣି ମଙ୍ଗଳା ଭୁୟାଁ ଏବଂ ପରିବାର ଲୋକଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରିଥିଲେ । ପରେ ଅରୁଣାଞ୍ଚଳ ପ୍ରଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହକାରୀ ଶ୍ରମ ଅଧିକାରୀ ଏବଂ ଜଗପତିଙ୍କ ପୁତୁରା ମୁକୁନ୍ଦ ଭୁୟାଁ ପହଞ୍ଚି ସେଠାକାର ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରି ଗଜପତିକୁ ଫେରାଇ ଆଣିଥିଲେ । ଦୀର୍ଘ ବର୍ଷ ଧରି ଅରୁଣାଞ୍ଚଳ ପ୍ରଦେଶରେ ରହିଥିବା ଯୋଗୁଁ ଜଗପତିଙ୍କ କିଛି ସ୍ୱସ୍ଥ୍ୟଗତ ସମସ୍ୟା ରହିଛି । ଏଥିସହ ବର୍ତ୍ତମାନ କରୋନା ସଂକ୍ରମଣ ବ୍ୟାପିଥିବାରୁ ଆଜି ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ସ୍ୱସ୍ଥ୍ୟ ପରୀକ୍ଷା ସମ୍ପୁର୍ଣ୍ଣ ପରେ ସେ ନିଜ ଗ୍ରାମକୁ ଫେରିବେ ବୋଲି ଜିଲ୍ଲା ପ୍ରଶାସନ ସୁତ୍ରରୁ ପ୍ରକାଶ । ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ସହେଯାଗରେ ୩୫ବର୍ଷ ପରେ ନିଜ ଜନ୍ମମାଟିକୁ ଫେରିଥିବା ଯୋଗୁଁ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ