ଯୁବ ଇଞ୍ଜିନିୟରଙ୍କ ଦେହାନ୍ତ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): କଂସାରୀ ସାହି ନିବାସୀ ଉଦୟନାଥ ଦାସଙ୍କ କନିଷ୍ଠ ପୁତ୍ର ତଥା ଯୁବ ଇଞ୍ଜିନିୟର ଅନୁଜ ଦାସ (୩୬) ଙ୍କ ପରଲୋକ ଘଟିଛି । ସେ ଜଣେ ଇଞ୍ଜିନିୟର ଭାବେ କାନପୁରରେ କାର୍ଯ୍ୟରତ ଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହେବାରୁ ଭୁବନେଶ୍ୱରରେ ରହି ଏମ୍ସରେ ଚିକିତ୍ସିତ ହେଉଥିଲେ । ସେ କିଛି ଦିନ ହେବ ଗଳା କର୍କଟ ରୋଗରେ ପିଡୀତ ଥିଲେ । ଗତ ରାତିରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ରାତ୍ର ୧ ବେଳେ ଦେହାନ୍ତ ଘଟିଥିଲା । ଭୁବନେଶ୍ୱରରୁ ତାଙ୍କ ମରଶରୀରକୁ ଏକ ଆମ୍ବୁଲାନ୍ସ ଯୋଗେ ବେଲଗୁଣ୍ଠା ଅଣାଯାଇଥିଲା । ତାଙ୍କର ୪ ବର୍ଷ ବୟସର ଝିଅଟିଏ ଅଛି । ସେ ଜଣେ ମେଳାପୀ, ମିଷ୍ଠଭାଷୀ,ପରୋପକାରୀ ଯୁବକ ଥିବାରୁ ତାଙ୍କ ମୃତ୍ୟରେ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ନିଶା,ବାପା ଉଦୟନାଥ,ବଡଭାଇ ଅଶୋକ, ଅକ୍ଷୟ, ଅମର, ଅଶ୍ୱିନୀ, ଭାଉଜ ମାନେ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ଛାତ୍ର ଜୀବନରେ ଜଣେ ମେଧାବୀ ଛାତ୍ର ରୁପେ ନିଜ ସହପାଠୀ ମଧ୍ୟରେ ପରିଚିତଥିଲେ । ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୯୯ ମସିହା ଦଶମ ଶ୍ରେଣୀ ବ୍ଯାଚ ତଥା କ୍ଳବ’୯୯ର ସଦସ୍ୟମାନେ ଶୋକପ୍ରକାଶ କରିବା ସହ ଶୋକଶନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ବେଲଗୁଣ୍ଠା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡଭାଇ ଅଶୋକଙ୍କ ପୁଅ ଅଭିନାଶ ମୁଖାଗ୍ନି ଦେଇଥିଲେ । ତାଙ୍କ ଶେଷକୃତ୍ୟରେ ପରିବାର ବର୍ଗଙ୍କ ସହ ସହପାଠୀ ରଞ୍ଜିତ, ଭକ୍ତ, ଅଶ୍ୱିନୀ, କାଶୀନାଥ, ସନ୍ତୋଷ, ଅରବିନ୍ଦ,ସୁଶାନ୍ତ, ଭି. ସନ୍ତୋଷ, ପୃଥିବୀ, କୋକ, ସୁଶୀଳ,ଜଗନ୍ନାଥ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ