ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଙ୍କ ସଚେତନତା

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସୋମବାର ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା ତରଫରୁ ଆୟୋଜିତ ଏହି ସାମାଜିକ ସଚେତନତା ରାଲି ରେ ଶତାଧିକ ଛାତ୍ରୀ ଛାତ୍ର ସାମିଲ ହୋଇ ସଡକ ସୁରକ୍ଷା, ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବର୍ଜନ, ନିଶା ନିବାରଣ, ବାଲ୍ୟ ବିବାହ, ଅନ୍ଧବିଶ୍ୱାସ ଓ କୁ ସଂସ୍କାର, କନ୍ୟା ସନ୍ତାନ ଓ ଭ୍ରୁଣ ହତ୍ୟା, ମହିଳା ସଶକ୍ତିକରଣ, ଯୌତୁକ ପ୍ରଥା ଓ ଘରୋଇ ହିଂସା ଭଳି ସମ୍ବେଦନଶିଳ ଘଟଣା ସମାଜ ରେ ବୃଦ୍ଧି ପାଉଥିବା ବେଳେ ଏହାର ପ୍ରତିକାର ପାଇଁ କିଭଳି ପଦକ୍ଷେପ ନିଆଯାଇ ପାରିବ ସେ ନେଇ ସଚେତନ କରାଇଥିଲେ । ପ୍ରଫେସର ପ୍ରଭାକର ରାଜୁ ଓ ଉମାକାନ୍ତ ରଥ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନୋଡାଲ ଅଫିସର ଭାବେ ଯୁକ୍ତ ତିନି ପାଇଁ ପ୍ରଫେସର ବେଣୁପାଣି ମହାପାତ୍ର ଓ ଯୁକ୍ତ ଦୁଇ ପାଇଁ ପ୍ରମୋଦ ନାୟକ ଦାୟିତ୍ଵ ତୁଲାଇଥିଲେ । ଏହି ରାଲି ଜୀବନ ଜ୍ୟୋତି ମହାବିଦ୍ୟାଳୟ ରୁ ବାହାରି ଚୂନପଲି ଛକ, ବସ ଷ୍ଟାଣ୍ଡ ଆଦି ପରିକ୍ରମା କରିଥିଲା । ଅଧ୍ୟାପକ ବିଶ୍ବବିହାରୀ ଦଳାଇ, ସନ୍ତୋଷ ନାୟକ, ସୁକାନ୍ତ ନାୟକ,ଫିରଦୋଶି ପ୍ରଧାନ, ସସ୍ମିତା ଲୋହାର ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ