ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ସ୍ଥିତ ତାରାତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ସିମାଞ୍ଚଳ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠପଢି , ସ୍ଥାନୀୟ ଅଞ୍ଚଳର ଟେକ ରଖିବାକୁ କହିଥିଲେ । ସମ୍ମାନୀତ ଅତିଥି ଆଞ୍ଚଳିକ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ପରିଷଦ ର ନିର୍ଦେଶକ ଶୁସାନ୍ତ ଦାଶ, କଲେଜ ପରିଚାଳନା କମିଟି ର ସଭାପତି ବାସୁଦେବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଡା ନୋଡାଲ ଅଧିକାରୀ ଡକ୍ଟର ସୁବ୍ରତ କୁମାର ଷଡଙ୍ଗୀ,ଅଧ୍ୟାପକ ରମେଶ ସେନାପତି, ଅଧ୍ୟାପିକା ବନିତା ଖଟେଇ , ଅଧ୍ୟାପକ ସୁରେନ୍ଦ୍ର ପଣ୍ଡା, ପ୍ରକାଶ ପଣ୍ଡା, ସୁଧାଂଶୁ ମିଶ୍ର, ଅଧ୍ୟାପକ ଗୈାରାଙ୍ଗ ଚରଣ ପଟ୍ଟନାୟକ ମଞ୍ଚାସିନ ରହିଥିଲେ। ଅଧ୍ୟାପକ ସମୀର ମିଶ୍ର, ପ୍ରବୀର କିଶୋର ପ୍ରଧାନ, ରାମନାଥ ପାତ୍ର, ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସୁରେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ