ଯୁବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପଣସପଡ଼ି ସ୍ଥିତ ଗୋଲିଆ ଡ଼ଙ୍ଗର ପଡିଆ ଠାରେ ଯୁବ କ୍ରିକେଟ କ୍ଳବ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟକୁ ବାଲିଗୁଡ଼ା ଏନଏସି ୧୧ ନମ୍ବର ୱାର୍ଡର କାଉନସିଲର ନାରାୟଣ ଡାକୁଆ (ଟୁଟୁ)ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ଏହି ମ୍ୟାଚରେ ବାଲିଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ବହୁ ଟିମ ଭାଗ ନେଇଛନ୍ତି |


