ପଲେଇ ପ୍ରାଥମିକ କୃଷି ସମବାୟ ସମିତିରେ ଅର୍ଥ ଆତ୍ମସାତକାରୀଙ୍କୁ ପୁନଃନିଯୁକ୍ତି ପ୍ରତିବାଦରେ ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କୁ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ପଲେଇ ପ୍ରାଥମିକ କୃଷି ସମବାୟ ସମିତିରେ ଅର୍ଥ ଆତ୍ମସାତକାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ ତାହାର ପ୍ରତିବାଦରେ ନୂତନ ଭାବେ ଯୋଗଦେଇଥିବା କେନ୍ଦ୍ରାପଡା ସମିତି ସମୁହର ସହକାରୀ ନିବନ୍ଧକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଗତ ୪ବର୍ଷ ତଳେ ପଲେଇ ପ୍ରାଥମିକ କୃଷି ସମବାୟ ସମିତିର ମିନିବ୍ୟାଙ୍କରୁ ଅର୍ଥ ହଡପ ହୋଇଥିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଥିଲା । ଏବେ ସେହି ମାମଲା କୋର୍ଟରେ ବିଚାରାଧିନ ଥିବା ବେଳେ ତତକାଳୀନ ଅର୍ଥ ହଡପକାରୀ ଜେଲ ଫେରନ୍ତା ସମିତିର ଦୁର୍ନିତୀଗ୍ରସ୍ତ କର୍ମଚାରୀ ହିମାଂଶୁ ଶେଖର ପରିଡାଙ୍କୁ ପୁନର୍ବାର ସେହି ସମିରେ ନିଯୁକ୍ତି ପ୍ରଦାନ କରାଯିବା ଘଟଣା ଅତ୍ୟନ୍ତ ପରିତାପର ବିଷୟ । ପୁନର୍ବାର ସେହି ଦୁର୍ନିତୀଗ୍ରସ୍ତ କର୍ମଚାରୀଙ୍କୁ ପୂର୍ବସ୍ଥାନରେ ପୁନଃନିଯୁକ୍ତି ପ୍ରଦାନ ଦ୍ୱାରା ସେ କରିଥିବା ସମସ୍ତ ଦୁର୍ନିତୀର ପ୍ରମାଣ ନଷ୍ଟ କରିବାକୁ ସମର୍ଥ ହୋଇପାରିବେ । ଏହାଦ୍ୱାରା ସମିତିର ସମସ୍ତ ସଭ୍ୟ,ସଭ୍ୟାଙ୍କ ସ୍ୱାର୍ଥ ବ୍ୟାହତ ହେବା ସହ ସମିତିର ସ୍ୱାର୍ଥରେ ଏହା ଆଂଚ ଆଣିବ ବୋଲି ଅଭିଯୋଗ ହୋଇଛି । ତେଣୁ ସଂପୃକ୍ତ କର୍ମଚାରୀଙ୍କୁ ପଲେଇ ସମିତିରେ ନିଯୁକ୍ତି ବଦଳରେ ଅନ୍ୟତ୍ର ନିଯୁକ୍ତି ଦିଆଯିବା ସହ ସଭ୍ୟ ସଭ୍ୟା ମାନଙ୍କ ଅର୍ଥ ସେମାନଙ୍କୁ ତୁରନ୍ତ ଫେରିପାଇବାର ବ୍ୟବସ୍ଥା କରାଯିବାକୁ ଅନନ୍ତ ନାରାୟଣ ନାୟକ, ଅନନ୍ତ ବେହେରା, ରବିନାରାୟଣ ରଥ, ଦୋଳଗୋବିନ୍ଦ ରାଉତ, ପ୍ରଶାନ୍ତ ସେଠୀ, ବିପିନ ସାହୁ, ସୈାମ୍ୟରଞ୍ଜନ ପଲେଇ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଖଗେଶ୍ୱର ରାଉତ, ପର୍ଶୁରାମ ମଲ୍ଲିକ,ଅଶୋକ ପ୍ରସାଦ କର ପ୍ରମୁଖ ସମିତି ସମୁହର ସହକାରୀ ନିବନ୍ଧକଙ୍କୁ ଭେଟି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ