ଯୁବ ପାଲା ଗାୟକଙ୍କ ପରଲୋକ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କଳିଗାଁ ଗ୍ରାମର ଯୁବ ପାଲା ଗାୟକ ଓ ଜଗନ୍ନାଥ ମନ୍ଦିରର ପୁଜକ ଦେବରାଜ ପଣ୍ଡାଙ୍କ ୪୦ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ସେ ବରିଷ୍ଠ ପାଲା ଗାୟକ ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ କନିଷ୍ଠ ପୁତ୍ର ଥିଲେ । ସେ ଗତ କିଛିଦିନ ଧରି କିମ୍ସ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ଘଟିଥିଲା । ସେ ଜଣେ ମିଷ୍ଟଭାଷି, ମେଳାପି ଓ କର୍ମକାଣ୍ଡରେ ବିଷାାରଦ ଥିଲେ । ତାଙ୍କ ପରଲୋକରେ ସମଗ୍ର କଳିଗାଁ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଗରିବ ବ୍ରାହ୍ମଣ ପରିବାରର ହୋଇଥିବାବେଳେ ତାଙ୍କ ଚିକିତ୍ସାଲାଗି ଅନେକ ଟଙ୍କା ଖର୍ଚ୍ଚ କରିଥିଲେ । ତାଙ୍କ ପରଲୋକରେ ତାଙ୍କ ପରିବାରଟି ଅସହାୟ ହୋଇ ପଡିଛି । ତାଙ୍କ ବିଧବାପତ୍ନୀ ଓ ଦୁଇଟି ଛୋଟ ଛୋଟ ଝିଅ ଅଛନ୍ତି । ଏଣୁ ପ୍ରଶାସନ ପକ୍ଷରୁ ଐହି ଅସହାୟ ପରିବାରଟିକୁ ଆର୍ଥôକ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।


