ଯୁବ ମହୋତ୍ସବ ‘ୱାଓ’ର ସାଂସ୍କୃତିକ ସନ୍ଧ୍ୟା ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅନ୍ୟତମ ଯୁବ ଓ କିଶୋର ମହୋତ୍ସବ ‘ୱାଓ’ର ୧୩ ତମ ସାଂସ୍କୃତିକ କାର୍ଯ୍ୟକ୍ରମ ବୁଧବାର ସଂଧ୍ୟାରେ ଉଦଘାଟିତ ହୋଇାଇଛି । ଶିକ୍ଷାବିତ ଲକ୍ଷ୍ମୀଧର ନାୟକ, ଯୁବନେତା ବିକ୍ରମ ପଣ୍ଡା, ଷ୍ଟେସନ କ୍ଲବର ସଭାପତି ଗିରିଜା ଶଙ୍କର ଦାସ, ସାଇ ଅନନ୍ତ ମୋଟର୍ସର ନିଦ୍ଦେର୍ଶକ ତଥା ଆଜିକାଲି ଇ-ପେପରର ମୁଖ୍ୟ ସମ୍ପାଦକ ଦିବ୍ୟଜ୍ୟୋତି ମହାନ୍ତି ପ୍ରମୁଖ ବରେଣ୍ୟ ଅତିଥିଭାବେ ଯୋଗଦେଇ ଆୟୋଜିତ ର୍କ୍ୟାକ୍ରମକୁ ଉଦଘାଟନ କରିଥିଲେ । ଶିଶୁ, କିଶୋର ଓ ଯୁବଗୋଷ୍ଠୀଙ୍କ ପ୍ରତିଭା ବିକାଶରେ ୱାଓ ସଂଗଠନର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ୱାଓ ଉତ୍ସବ କମିଟିର ଅଧ୍ୟକ୍ଷ ଅସିତ ଦାସ ଏଥିରେ ପୌରହିତ୍ୱ କରିଥିବା ବେଳେ ଉପ-ସଭାତି ନିଶିଥି କୁମାର ବାରିକ, ସଭାପତି ଅରଜିତ ଘୋଷାଲ ପ୍ରମୁଖ ମଞ୍ଚାସୀନ ଥିଲେ । ଉପାଧ୍ୟକ୍ଷ ଡ. ଶ୍ରୀମାନ ଶ୍ରୀଚନ୍ଦନ ସଭାକାର୍ଯ୍ୟରେ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁଭଦୀପ ଚକ୍ରବର୍ତ୍ତୀ, ସଂଜୟ ସାମନ୍ତ, ଯୋଗେଶ ମହାନ୍ତି, ସୁରେଶ ଉପାଧ୍ୟାୟ ପ୍ରମୁଖ ସମସ୍ତ ର୍କ୍ୟା ପରିଚାଳନା କରିଥିଲେ । ସଭା ପରେ କୋଲକାତାର ଦି ରିଭୋଲ୍ୟୁସନ ରକ୍ ବ୍ୟାଣ୍ଡ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ