ଯୁବ ରାଜନେତା ପିଙ୍କୁଙ୍କ ଅକାଳରେ ବିୟୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଜଣେ ପ୍ରତିଷ୍ଠିତ ଠିକାଦାର ତଥା ଯୁବ ରାଜନେତା ପିଙ୍କୁଙ୍କ ଅକାଳରେ ବିୟୋଗ ଘଟିଯାଇଛି. ତାଙ୍କ ମୃତ୍ୟୁରେ ପାରଳାରେ ଦୁଃଖର ଛାୟା ଖେଳି ଯାଇଛି. ସେ ହେଲେ ପାରଳାଖେମୁଣ୍ଡି ସହରର ସ୍ୱାଗତ କୁମାର ସାହୁଙ୍କ (୪୪)(ବର୍ଷୀୟ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି. ସେ କିଛି ଦିନ ହେବ ଅସୁସ୍ଥ ଥିଲେ. ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି. ସେ ପାରଳାଖେମୁଣ୍ଡି ସହରରେ ପାଠପଢା ଠୁଁ ଆରମ୍ଭ କରି ଠିକାଦାର ଯାଏଁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ. ମହାବିଦ୍ୟାଳୟରେ ସେ ଜଣେ ଛାତ୍ରନେତା ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ. ସେ ଜଣେ କଂଗ୍ରେସ ନେତା ଓ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗଦାନ କରିଥିଲେ. ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ପୁରୀର ସ୍ୱର୍ଗଦ୍ୱାରାରେ ଅନ୍ତେଷ୍ଟି କ୍ରିୟା କରାଯାଇଥିବାର ସୂଚନା ମିଳିଛି. ଏହି ଖବର ପାରଳାଖେମୁଣ୍ଡି ସହରରେ ପ୍ରକାଶ ପାଇବା ପରେ ଜିଲ୍ଲା ବିଜେଡି ସମେତ ଠିକାଦାର ସହ ବିଭିନ୍ନ ମହଲରେ ଶୋକ ପ୍ରକାଶ ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ