ଯୁବ ସଫ୍ଟୱେର ଇଞ୍ଜିନିୟର ଙ୍କ କରୋନା ରେ ମୃତ୍ୟୁ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବଜାର ସାହିର ଯୁବ ସଫ୍ଟୱେର ଇଞ୍ଜିନିୟର ଉନା.ସତ୍ୟନାରାୟଣ ରାଓ (୩୭) କରୋନା ରେ ସଂକ୍ରମିତ ହୋଇ ସୋମବାର ଭୋର ରେ ମୃତ୍ୟୁ ବରଣ କରିଛନ୍ତି।ତାଙ୍କ ବାପା ଉନା.ଶଙ୍କର ରାଓ ଗତ ୧୪ ତାରିଖରେ ମୃତ୍ୟୁ ବରଣ କରିବାପରେ ବେଙ୍ଗାଲୁର ସ୍ଥିତ ସି ଏ ଟେକ୍ନୋଲୋଜି ରେ ସିନିୟର୍ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିବା ସତ୍ୟନାରାୟଣ ଓରଫ ଚିନା ଘରକୁ ଆସିଥିଲେ। ବାପାଙ୍କ ଶୁଦ୍ଧିକ୍ରିୟା କାର‌୍ୟ୍ୟ ସରିବା ପରେ ସେ କରୋନା ରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ବ୍ରହ୍ମପୁର ବଡ ଡାକ୍ତରଖାନା ସେ ଭର୍ତ୍ତି ହୋଇଥିଲେ ମଧ୍ୟ ତାଙ୍କୁ ସଠିକ୍ ଚିକିତ୍ସା କରାନଯାଇ ଡିସ୍ ଚାର୍ଜ କରିଦିଆଯାଇଥିଲା।ଘରେ ରହି ଚିକିତ୍ସା ହେବାପରେ ସେ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ଗତ ୨୬ ତାରିଖରେ କାର‌୍ୟ୍ୟସ୍ଥଳ ବେଙ୍ଗାଲୁର ଯିବାପାଇଁ ଟିକେଟ କାଟି ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିଥିଲେ।ସେଠାରେ ପୁଣିଥରେ ଗୁରୁତର ଅସୁସ୍ଥ ହୋଇପଡ଼ିବା ରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ବର ସ୍ଥିତ ଏକ ଘୋରୋଇ ହସ୍ପିଟାଲ୍ ର କୋଭିଡ ୱାର୍ଡ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗତ ୨୬ ତାରିଖ ଠାରୁ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସତ୍ୟନାରାୟଣ ଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ