ଯୁବ ସମାଜ ସଚେତନ ହୋଇ ଭାରତକୁ କର୍କଟ ମୁକ୍ତ କରନ୍ତୁ

ବ୍ରହ୍ମପୁର, ( ଅନିଲ କୁମାର) : ୧୬୧ ତମ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯଥା ଜାତୀୟ ଯୁବ ଦିବସ ଅବସରରେ “ଯୁବ ସମାଜ ସଚେତନ ହୋଇ ଭାରତକୁ କର୍କଟ ମୁକ୍ତ କରନ୍ତୁ’ ଏହି ବାର୍ତ୍ତା ଯୁବ ସମାଜକୁ ସଂକଳ୍ପ ନେବା ପାଇଁ ବ୍ରହ୍ମା ନଗର ସ୍ଥିତ କ୍ରାନ୍ତି ଅନୁଷ୍ଠାନ ଉଦ୍ୟମରେ ଏମ.କେ.ସି.ଜି. ମେଡିକାଲ କଲେଜ ଠାରୁ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ, ବ୍ରହ୍ମପୁର ପର୍ଯ୍ୟନ୍ତ ରାଷ୍ଟ୍ରୀୟ ନିର୍ମାଣ ସକାଶେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଯୁବକ ଯୁବତୀମାନଙ୍କୁ ନେଇ ଏକ ସୁସଜ୍ଜିତ ସ୍ୱାମୀଜୀଙ୍କ ରଥ ବ୍ରହ୍ମପୁର ସହର ପରିକ୍ରମା କରିବା ସହିତ ସ୍ୱାମୀଜୀଙ୍କ ବାଣୀ ଯୁବ ସମାଜକୁ ଆହ୍ୱାନ କରିବା ପାଇଁ ପ୍ରେରଣା ଯୋଗାଇଥିଲା । ପ୍ରାରମ୍ଭରେ ସମସ୍ତ ଅତିଥିମାନଙ୍କ ଦ୍ୱାରା ଏମ.କେ.ସି.ଜି. ମେଡିକାଲ କଲେଜ ପରିସରରେ ଥିବା ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ସହ ପୁଷ୍ପମାଳ ଅର୍ପଣ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ, ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଓଡିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ବି.ଏମ.ସି ମେୟର ସଂଘମିତ୍ରା ଦଳେଇ ପ୍ରମୁଖ ଯୋଗଦେଇ ସମାଜରେ ଯୁବକମାନେ ସଚେତନ ହୋଇ ରାଷ୍ଟ୍ର ନିର୍ମାଣରେ ଭାଗିଦାରୀ ହୋଇ ଉତ୍ତମ ରାଷ୍ଟ୍ର ଗଠନ କରିବା ପାଇଁ ଆହ୍ୱାନ ଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କର୍ତ୍ତବ୍ୟ ନିଷ୍ଠା ଓ ଦୃଢ଼ ବିଶ୍ୱାସ ଦ୍ୱାରା ଦେଶର ପରିବର୍ତ୍ତନ ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ । କ୍ରାନ୍ତିର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡ. ଦେବାନନ୍ଦ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୟନ୍ତୀ ଓ ପଦଯାତ୍ରା କାର୍ଯକ୍ରମରେ ଅତିଥି ରୂପେ ଆଇ. ଏସ.ଆର.ଡି. ନିର୍ଦ୍ଦେଶକ ସୁଧୀର ସାବତ, ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ, ଲୋକସେବା ମଣ୍ଡଳର ଆଜୀବନ ସଭ୍ୟ ରାଜେନ୍ଦ୍ର କୁମାର ଜେନା, ଆର.ଏମ.ଆଇ.ଟି. ସଭାପତି ଇଂ. ଜିତେନ୍ଦ୍ର କୁମାର ପଣ୍ଡା, ଗାୟତ୍ରୀ ପରିବାରର ପ୍ରଫୁଲ୍ଲ କୁମାର ଦାସ, ସଖୀ ସେଣ୍ଟରର ମହେଶ୍ୱତା ପାଢ଼ୀ ଯୋଗଦେଇ ସମାଜରେ ସଚେତନ ଅଭାବରୁ ଯୁବକମାନେ କିପରି ନିଶାଗ୍ରସ୍ତ ହୋଇ, ତମାଖୁ ଜାତୀୟ ଦ୍ରବ୍ୟ ଖାଇ କୁପରିଣାମ ଭୋଗୁ ଅଛନ୍ତି, ଏହାର ଯଥାଶୀଘ୍ର ବନ୍ଦ କରି ଯୁବ ସମାଜ ସୁରକ୍ଷା ପାଇଁ ଆହ୍ୱାନ କରିଥିଲେ ।
ଏହି ପଦଯାତ୍ରାରେ ବିଭିନ୍ନ ସମାଜସେବୀ ଅନୁଷ୍ଟାନର ସ୍ୱେଚ୍ଛାସେବୀମାନଙ୍କ ସହ କାଲାମ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ସାମନ୍ତରାୟ ଏକାଡେମୀ, ଆର‌୍ୟାନ ଗୁରୁକୂଳ, କେ.ସି. ପବ୍ଲିକ ସ୍କୁଲ, ଏସ. ଏମ. ଆଇ.ଟି ଆବାସିକ ବିଦ୍ୟାଳୟ, ସିଦ୍ଧ ଭୈରବୀ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟ ଏବଂ ସେଣ୍ଟ ଜାଭିୟର୍ସ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରାୟ ୮୦୦ ଯୁବକ ଯୁବତୀ ଯୋଗଦେଇ ଶୋଭାଯାତ୍ରାରେ ସ୍ୱାମୀଜୀଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦେଇଥିଲେ ।
ପରିଶେଷରେ ହିଲିପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ସମ୍ମୁଖରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ସମାରୋହରେ କ୍ରାନ୍ତି ଅନୁଷ୍ଠାନର ଡ.ଦେବାନନ୍ଦ ଦାଶ ଅଧ୍ୟକ୍ଷତାରେ ଏକ ଆଧ୍ୟାତ୍ମିକ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ରୂପେ ବି.ଏମ.ସି ପୂର୍ବତନ ମେୟର ଶିବ ଶଙ୍କର ଦାସ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ପ୍ରଧାନ ଶିକ୍ଷକ ଅଜିତ କୁମାର ମହାପାତ୍ର ଯୋଗ ଦେଇ ସ୍ୱାମୀଜୀଙ୍କ ଯୁବ ସମାଜ ପ୍ରତି ଗୁରୁତ୍ୱକୁ ସରଳ ଭାଷାରେ ବୁଝାଇଥିଲେ । କ୍ରାନ୍ତି ଅନୁଷ୍ଠାନର ଡ.ଦାଶ ଉପସ୍ଥିତ ଯୁବକ ଯୁବତୀମାନଙ୍କୁ ସଚେତନ ମାଧ୍ୟମରେ କର୍କଟ ମୁକ୍ତ ଭାରତ ଗଠନ ପାଇଁ ସଂକଳ୍ପ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କ୍ରାନ୍ତି ଅନୁଷ୍ଟାନର ନିର୍ମଳା ଦାଶ, ଦେବରାଜ ରାଉତ, ସରୋଜ କୁମାର ସାହୁ, ସ୍ନିଗ୍ଧା ମହାରଣା, କଲ୍ୟାଣୀ ଦାସ, ଅରୁଣ ପଟ୍ଟନାୟକ, ବରୁଣ ଚୌଧୁରୀ, ଚିନ୍ମୟାନନ୍ଦ ଦାଶ ଓ ବିନାୟକ ପ୍ରସାଦ ନାୟକ ସମେତ ଆଇ.ଏସ.ଆର.ଡି, ସଖୀ (ୱାନ ଗ୍ରୁପ ସେଣ୍ଟର) ଓ କ୍ରାନ୍ତି ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ