ଯୁବ ସମାଜ ସେବୀ ଦୂର୍ଗା ମାଧବ ପାଣିଗ୍ରାହୀ ସମ୍ମାନୀତ
ଗଂଜାମ, ( ଯୁଗାବ୍ଦ ନ୍ୟୁଜ) :ବୃକ୍ଷ ରୋପଣ, ପରିବେଶ ସୁରକ୍ଷା, ବାଲ୍ୟବିବାହ ବନ୍ଦ କରିବା, କନ୍ୟା ଭୁର୍ଣ ହତ୍ୟା ରାକିବା ନେଇ ଲୋକଙ୍କୁ ସଚେତନତା କରାଉଥିବା ଏପିଜେ ଅବୁଦୁଲ ଜନ କଲ୍ୟାଣ ପରିଷଦ ତରଫରୁ ଯୁବ ସମାଜ ସେବୀ , “ଭରସା” ର ସମ୍ପାଦକ ତଥା ସାମ୍ବାଦିକ ଦୁର୍ଗା ମାଧବ ପାଣିଗ୍ରାହିଙ୍କୁ ସମ୍ମାନୀତ କରାଯାଇଛି । ଖଲ୍ଲିକୋଟ ଠାରେ ଅନୁଷ୍ଠାନ ର ସଭାପତି ତଥା ପରିବେଶବିତ ପୂର୍ଣ ଚନ୍ଦ୍ର ବେହେରା ଙ୍କ ସଂଯୋଜନା ରେ ଆୟୋଜିତ ବୃକ୍ଷ ରୋପଣ, ଗୁଣିଗାରେଡି, ଓ ବାଲ୍ୟବିବାହ ସଚେତନତା ଓ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଜ୍ଞା ପରିମିତା , ରାଜ୍ୟପ୍ରାଥମିକ ଶିକ୍ଷକ ଫ୍ରେଡେସନ ର ବରିଷ୍ଠ ଉପସଭାପତି ସଙ୍ଗୀତ ଦାସ, ସଂଯୋଜିକା ସୁଚିତ୍ରାଦାସ, ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ବିଜେଡି ସାଂସ୍କୃତିକ ସମନ୍ୱୟ ସମ୍ମୁଖ୍ୟ ରାଜ୍ୟ ସଦସ୍ୟ ଜ୍ୟୋସ୍ନାମୟୀ ପରିଡ଼ା, ବିଶିଷ୍ଟ କଣ୍ଠଶିଳ୍ପୀ ଜୟଶ୍ରୀଧଳ , ବିଶିଷ୍ଟ ସାହିତ୍ୟିକ ପାର୍ଥ ସାରଥୀ ଅଜୟ ବାରିକ ପ୍ରମୁଖ ଅତିଥି ରୂପେ ଯୋଗଦେଇ ସମାଜସେବୀ ଦୁର୍ଗାମାଧବ ଙ୍କୁ ମାନପତ୍ର ଓ ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ଶୁଭେଛା ଜଣାଯାଇଛି ।