ଗଂଜାମ ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା

ଗଂଜାମ, ( ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଓ ଜିଲ୍ଲା କୃଷିଅଧିକାରୀ ବିଦୁର ସେଠିଙ୍କ ସଭାପତିତ୍ୱରେ ବ୍ଲକ ସ୍ତ୍ରରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ମୂଖ୍ୟ ବକ୍ତା ରୁପେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ସମ୍ମାନୀତ ଅତିଥି ରୂପେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କାଶୀନାଥ ଖୁଣ୍ଟିଆ, ସହକାରୀ କୃଷି ଅଧିକାରୀ ରାମଚନ୍ଦ୍ର ମିଶ୍ର, ନିମାଇଁ ଚରଣ ଦାଶ, ଯୁକ୍ତ ମାପ ନିର୍ଦ୍ଧାରଣ ଅର୍ଜୁନ ସାହୁ, ଆତ୍ମା ର ଅଧ୍ୟକ୍ଷ ଚନ୍ଦ୍ର ଶେଖର ନାୟକ ଯୋଗଦେଇ ସରକାର ଙ୍କ ପକ୍ଷରୁ କୃଷକ ମାନଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ପରବର୍ତ୍ତୀତ ପାଣିପାଗକୁ ଦେଖି କୃଷକ ମାନେ ଧାନ ବେତିତ ଅଣ ଧାନ ଚାଷ କରିବା ସହ ଗୋପାଳନ, ମାଛ, କୁକୁଡ଼ା, ବତକ, ଘୁଷୁରୀ, ପ୍ରମୁଖ ଚାଷ ଆପେଣେଈ ବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚାସିନ ଥିବା କୀଟସର୍ବେକ୍ଷକ କୃଷି ଅଧିକାରୀ ନିରୁନି କୁଞ୍ଜବିହାରୀ ନାୟକ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ମୋନାଲିସା ପତ୍ରି, ଅତିରିକ୍ତ ପ୍ରାଣୀ ଚିକିତ୍ସଅଧିକାରୀ ଡାକ୍ତର ରଞ୍ଜନ କୁମାର ସାହୁ, ସମବାୟ ସମିତି ଅଞ୍ଚଳ ଅଧିକାରୀ କୈଳାଶ ଚନ୍ଦ୍ର ନାୟକ, ସହକାରୀ ମସ୍ୟଅଧିକାରୀ ନୀଳକଣ୍ଠ ବେହେରା, ମୂର୍ତ୍ତିକା ରାସାୟନବିତ ପ୍ରମୋଦ କୁମାର ମହାପାତ୍ର, ସହକାରୀ କୃଷି ଅଧିକାରୀ ଅମ୍ବିକା ପ୍ରସାଦ ମିଶ୍ର, ଇନ୍ସୁରେନସ ଅଧିକାରୀ ଗୋଲକ ପଟନାୟକ, ସମିତି ସଭ୍ୟ ମିନତି ସ୍ୱାଇଁ, କୈଳାଶ ଚନ୍ଦ୍ର ସ୍ୱାଇଁ, ସରପଞ୍ଚ ଚନ୍ଦ୍ର ମୋହନ ସାହୁ, ନିରଞ୍ଜନ ରେଡି, କୃଷ୍ଣ ଚନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ କେଦାର ସ୍ୱାଇଁ, ବଂଶୀଧର ଗୌଡ଼, ସମିତି ସଭ୍ୟ ପ୍ରତିନିଧି ମାନେରଞ୍ଜନ ନହାକ ପ୍ରମୁଖ ତାଙ୍କ ବକ୍ତବ୍ୟ ରେ ଚାଷୀଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । ଗଞ୍ଜାମ ସହକାରୀ କୃଷି ଅଧିକାରୀ ସୌମ୍ୟରଞ୍ଜନ ସାହୁ କାର‌୍ୟ୍ୟକ୍ରମ କୁ ସଂଯୋଜନା କରିଥିଲେ । ରମ୍ଭା ସହକାରୀ କୃଷି ଅଧିକାରୀ ଅଜିତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥବା ବେଳେ, ଛତ୍ରପୁର ସହକାରୀ କୃଷି ଅଧିକାରୀ ସୌଦାମନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ପ୍ରଦର୍ଶନ କରିଥିବା ବେଳେ , କୃଷି, ଗୋ-ପାଳନ , ମତ୍ସ ତଥା ଅନ୍ୟବିଭାଗ, ଏବଂ ବିଭିନ୍ନ କମ୍ପାନୀ ର କୃଷି ଯନ୍ତ୍ରପାତି, ବିହନ ଷ୍ଟଲ ବସିଥିଲା । ଏହି ମେଳାରେ ଗ୍ରାମସେବକ, କୃଷକ ସାଥି, କୃଷିମିତ୍ର, ପ୍ରାଣୀମିତ୍ର ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ